ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଛା

0

ଓଡ଼ିଆ ଅସ୍ମିତାକୁ ସାଥିରେ ଧରି ବିକାଶ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ

ଭୁବନେଶ୍ୱର: ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।  ଓଡ଼ିଶା ର ବିକାଶ ଏବଂ ଓଡ଼ିଶା ବାସୀ ଙ୍କ କଲ୍ୟାଣ ଦିଗରେ ନୂତନ ମନ୍ତ୍ରୀ ମାନେ ପ୍ରତିବଦ୍ଧତାର ସହ ଦାୟିତ୍ଵ ସମ୍ପନ୍ନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ଅସ୍ମିତାକୁ ଦୃଷ୍ଟିରେ ରଖି ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ସେ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ନୂତନ ମନ୍ତ୍ରୀ ମାନଙ୍କ କାର୍ଯ୍ୟଦକ୍ଷତା ବଳରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ଭାବରେ ବିକଶିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.