ଘୁମୁସର ଲେଖିକା ସଂସଦର ରଜ ଉତ୍ସବ ୨୦୨୪

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଉତ୍କଳୀୟ ପରମ୍ପରା, ସଂସ୍କୃତି, ଭାବଧାରା, ଧରିତ୍ରୀ ମା’ଙ୍କୁ ନେଇ ରହିଥିବା ବିଶ୍ୱାସର ପ୍ରତିଫଳନ ସ୍ୱରୂପ ରଜ ପର୍ବର ଗୁରୁତ୍ୱ ଯଥେଷ୍ଟ ଅଧିକ । ଅତ୍ୟାଧୁନିକ ଇନ୍ଦ୍ରଜାଲ ମଧ୍ୟରେ ଛନ୍ଦି ହୋଇଯାଇ ମଣିଷ ଅନେକ କିଛି ପରିବର୍ତ୍ତନକୁ ଆପଣେଇଥିଲେ ମଧ୍ୟ ଆଜି ବି କିଛି ଓଡ଼ିଆଙ୍କ ପାଇଁ ରଜ ହେଉଛି ଏକ ପ୍ରମୁଖ ପର୍ବ । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘୁମୁସର ଲେଖିକା ସଂସଦର ସଭ୍ୟା ରଞ୍ଜୁଲତା ବେହେରାଙ୍କ ବାସଭବନ ସରକାରୀ ଚାରା ଉଦ୍ୟାନ କେନ୍ଦ୍ର ନିକଟସ୍ଥ ରେ ଆଜି ଅର୍ଥାତ୍ ୧୫ ଜୁନ୍ ୨୦୨୪ ଶନିବାର ରଜ ସଂକ୍ରାନ୍ତି ରେ ପାଳନ କରାଯାଇଥିଲା ରଜ ଉତ୍ସବ ।

ଲେଖିକା ସଂସଦର ସଭାନେତ୍ରୀ ଶ୍ରୀମତୀ ରୀତାରାଣୀ ମହାପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସଭାପତିତ୍ୱ କରିଥିଲେ । ସଭ୍ୟା ରଜନୀ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ ସଂସଦର ସାଂଗଠନିକ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା । ରଜ ଦୋଳି ଗୀତ ଗାଇବା ସହ ଆଣିଥିବା ପିଠା ଓ ମିଠାକୁ ପରସ୍ପର ମଧ୍ୟରେ ବାଣ୍ଟି ଖାଇଥିଲେ । ସୁଶ୍ରୀ ସ୍ନେହାସ୍ମିତା ଆରୁଖ ଓ ପ୍ରିୟାଂଶୀ ମହାରଣା ନୃତ୍ୟ ପ୍ରଦର୍ଶନ କରିବା ସହ ସଂସଦ ତରଫରୁ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସୁଜାତା ଷଡ଼ଙ୍ଗୀ, କଳ୍ପନା କୁମାରୀ ପ୍ରଧାନ, ଗୀତାଶ୍ରୀ ସାମନ୍ତ, ମୋନାଲିସା ମିଶ୍ର, ଉଷ୍ମିତା ମଞ୍ଜରୀ ମିଶ୍ର ସଂସଦର ସଭ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବି.କେ.ଜ୍ୟୋତି ସ୍ୱରୂପା, ସ୍ନେହାରାଣୀ ସାମନ୍ତ, ଅଲିସା ରାଉତ, ପୂଜା ମହାରଣା ଉତ୍ସବକୁ ସହଯୋଗ କରିଥିଲେ । ଶେଷରେ ସଂସଦର ସାଂସ୍କୃତିକ ସମ୍ପାଦିକା ସୁଜାତା ସିଂ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.