ପଦ୍ମପୁର:- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପରିସରରେ ଆଗାମୀ ସାହିତ୍ଯ ସଂସଦର ପ୍ରତିଷ୍ଠାତା ଦିବଙ୍ଗତ ପ୍ରଫେସର୍ ନାରାୟଣ ପୃଷେଠ୍ଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳନ କରିବା ସକାଶେ ସଂସଦ ଆନୁକୂଲ୍ଯରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଭାପତିତ୍ବ କରିଥିଲେ ଡ. ପ୍ରମୋଦ କୁମାର ପାଢ଼ୀ। ସଂସଦର ସମ୍ପାଦକ ଅଶୋକ ବହିଦାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଫେସର୍ ପୃଷେଠ୍ଙ୍କ ସ୍ମୃତିକୁ ଉପଜୀବ୍ୟ କରି ଏକ କ୍ଷୁଦ୍ର କବିତା ପତ୍ରିକା ପ୍ରକାଶନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ସଂସଦର ଉପସଭାପତି ସଂଜୟ ବହିଦାର, ସମାଜସେବୀ ନିରୋଜ ଦୋରା,ଜିତେନ୍ଦ୍ରିୟ ଗୁରୁ,ପ୍ରୀତିରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଶେଷଦେବ ମେହେର, ଗୋବିନ୍ଦ ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତି,ସନ୍ତୋଷ ସିଂ ଠାକୁର୍, କ୍ଷୀରୋଦ୍ର ସାହୁ, କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସହ ସମ୍ପାଦକ ମନୋଜ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.