(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଓଡ଼ିଶା ର ରାଜନୈତିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଯିବା ଭିତରେ , ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ର ଟାଣୁଆ ନେତା ଙ୍କୁ ପରାସ୍ତ କରି ଗୋକୁଳାନନ୍ଦ ମଲ୍ଲିକ ବିଜୟୀ ହୋଇ ଥିବା ବେଳେ ଏବେ ନବନିର୍ବାଚିତ ବିଧାୟକଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ । ଏ ପରିପ୍ରେକ୍ଷି ରେ ଖଲ୍ଲିକୋଟ ର ବିଜେପି ପକ୍ଷରୁ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଖଲ୍ଲିକୋଟ ରେ ପହଞ୍ଚିବା ପରେ ଅପେକ୍ଷା ରତ ନେତା, କର୍ମୀ ତଥା ଖଲ୍ଲିକୋଟ ଜନସାଧାରଣ ଫୁଲ ମାଳ, ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହ ବାଜା ବଜାଇ, ବାଣ ଫୁଟାଇ ବସ୍ ଷ୍ଟାଣ୍ଡରେ ଶହଶହ ବିଜେପି ପ୍ରେମୀ ଓ ଜନସାଧାରଣ ଙ୍କ ଗହଣରେ ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ମନ୍ଦିର କୁ ଦର୍ଶନାର୍ଥେ ଯାଇଥିଲେ ଏବଂ ଜଗନ୍ନାଥଙ୍କ କୃପା ଭିକ୍ଷା କରିଥିଲେ। ଆଜିର ଏ ସମାରୋହରେ ବିଜେପି ର ଵଳିଷ୍ଠ ନେତୃତ୍ୱ ନେଇଥିବା ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାସ, ଶଙ୍କର ପ୍ରସାଦ ନାହାକ , ଜଗନ୍ନାଥ ଭୂୟାଁ, ତଥା ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ପ୍ରଧାନ, ସନ୍ତୋଷ କୁମାର ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଶମ୍ବୁନାଥ ପ୍ରଧାନ, ମନୋଜ କୁମାର ସେଠୀ,ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।
ଗୋକୁଳାନନ୍ଦ ମଲ୍ଲିକ ଙ୍କ ଖଲ୍ଲିକୋଟ ରେ ପଦାର୍ପଣ ହେବାଫଳରେ ଖଲ୍ଲିକୋଟ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଖଲ୍ଲିକୋଟ ପୋଲିସ ବାହିନୀ ର କଡ଼ା ସୁରକ୍ଷା ବଳୟରେ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ସହର ପରିକ୍ରମା କରିବାସହ ବିଦାୟ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.