କବିସମ୍ରାଟ ମିଡ଼ିଆକ୍ଳବ୍ ପକ୍ଷରୁ ନୂତନ ବିଧାୟକ ଙ୍କୁ ଭବ୍ୟ ଶୁଭେଚ୍ଛା

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସହରର ପ୍ରଥମ ପଞ୍ଜିକୃତ ସାମ୍ବାଦିକ ସଂଘ ” କବିସମ୍ରାଟ ମିଡ଼ିଆକ୍ଳବ୍” ତରଫରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ଦଳରୁ ନୂତନ ବିଧାୟକ ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଆଜି  ଭଞ୍ଜନଗରସ୍ଥ ଫରେଷ୍ଟ୍ ଡ଼ାକ ବଙ୍ଗଳା ରେ ସାକ୍ଷାତ୍ କରାଯାଇଥିଲା

ସାକ୍ଷାତ୍ ସମୟରେ ପୁଷ୍ପଗୁଚ୍ଛ, ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଚିତ୍ରିତ ଗେରୁଆ ଉତ୍ତରୀୟ ଏବଂ ପ୍ରଭୂ ଶ୍ରୀରାମ ଲାଲା ଙ୍କ ଫୋଟ ଚିତ୍ର ପ୍ରଦାନ କରି ନୂତନ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦୀନ ମାନଙ୍କରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଥିବା ସମାସ୍ୟା କୁ ଲୋକ ଲୋଚନକୁ ଆଣିବା ସହ ଏହାର ସମାଧାନ ରେ ଭଞ୍ଜନଗର ସାମ୍ବାଦିକ ମାନେ ସହଯୋଗ କରିବା ପାଇଁ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ। ବିଶେଷ କରି ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିର ଓ ମନ୍ଦିର ସଂପତ୍ତି ର ଉନ୍ନତି ଏବଂ ଓଡିଶା ର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଓ ମନ୍ଦିର ସଂପତ୍ତି ର ଉନ୍ନତି ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ ବୋଲି କଥା ଦେଇଥିଲେ।
ଏଥିରେ ଭଞ୍ଜନଗର ପଞ୍ଜିକୃତ ସାମ୍ବାଦିକ ସଂଘ କବିସମ୍ରାଟ ମିଡ଼ିଆକ୍ଳବ୍ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଶ୍ରୀ ଚିନ୍ମୟ ବେବର୍ତ୍ତା, ସହ ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା, ସଂଯୋଜକ ଶ୍ରୀ ରଞ୍ଜିତ କୁମାର ଜେନା ଙ୍କ ସହିତ ପ୍ରଫୁଲ୍ଲ ମହାରଣା, ବ୍ରଜକିଶୋର ସଢଗିଂ, ସନ୍ତୋଷ ଜେନା, ଅଶୋକ କୁମାର ନାୟକ, ଗୋବିନ୍ଦ ଗୈ।ଡ଼ ପ୍ରଭୁତି ସଦସ୍ୟ ଯୋଗଦାନ କରିଥିଲେ ।

Leave A Reply

Your email address will not be published.