ଓଡ଼ଗାଁରେ ଅରୁଣଙ୍କ କୃତଜ୍ଞତା ସଭା

0

ଓଡ଼ଗାଁ,୧୪।୬ (ଶ୍ରୀକାନ୍ତ କୁମାର ମିଶ୍ର): ସାଧାରଣ ନିର୍ବାଚନ ୨୦୨୪ରେ ୫ମ ଥର ପାଇଁ ନୟାଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡ. ଅରୁଣ କୁମାର ସାହୁ ଶୁକ୍ରବାର ଅପରାହ୍ନରେ ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ କୃତଜ୍ଞତା ସଭାରେ ଯୋଗଦେଇ ମୋ ପ୍ରତି ଆପଣମାନଙ୍କ ଗଭିର ବିଶ୍ବାସ ଓ ଭରଷା ପୂର୍ବପରି ରହିଛି ବୋଲି କହିଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମର୍ଥକ, କର୍ମି ଓ ନେତୃତ୍ଵ ନେଇଥିବା ନେତା ଓ ଜନପ୍ରତିନିଧିଙ୍କ ଉଦ୍ୟମରେ ଓଡ଼ଗାଁ ଏନ୍ଏସି ଓ ବ୍ଳକର ଜନସାଧାରଣଙ୍କ ଆଶିର୍ବାଦ ପାଇଥିବାରୁ ସେମାନଙ୍କୁ ମୁଁ ମୋର ଅନ୍ତରର ଗଭିରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଥିଲେ ।

Imageଚଳିତ ନିର୍ବାଚନରେ ଜନମତ ବଦଳିଛି । ନୂଆଦଳ ସରକାର ଗଠନ କରିଛନ୍ତି । ପରିସ୍ଥିତି ଯାହାହେଉନା କାହିଁକି ମୁଁ ସବୁବେଳେ ଆପଣଙ୍କ ପାଖରେ ଥିଲି, ଅଛି ଓ ରହିବି । କିନ୍ତୁ ଗୋଟିଏ କଥା ସମସ୍ତେ ମନେରଖିବେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଯେପରି ଅବ୍ୟାହତ ରୁହେ । ସମାଜର ସେବା କରିବା ପାଇଁ ରାଜନିତି ହେଉଛି ଏକ ମାର୍ଗ । ଏଣୁ ଜଣେ ସେବକ ପାଖରେ (ଜୟ ପରାଜୟ)ନିନ୍ଦା ପ୍ରଶଂସାକୁ ଏଡାଇଯାଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ହେଲେ ଏକାଗ୍ରତା ସହକାରେ କାର୍ଯ୍ୟକରିବାକୁ ପଡିଥାଏ । କୃତଜ୍ଞତା ସଭାରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଜେଡ଼ି ନେତ୍ରୀ ଇରାନୀ ରାୟ, ନିତ୍ୟାନନ୍ଦ ପ୍ରଧାନ, ବିଭୁ ସାହୁ ଓ ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ସମର୍ଥକ ମାନଙ୍କ ସହିତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା ।

Leave A Reply

Your email address will not be published.