ବାଣ ବିସ୍ପୋରଣରେ ହାବିଲଦାର ଙ୍କ ମୃତ୍ୟୁ।

0

ଫୁଲନଖରା,୧୪/୬ (ଶାସକ ପ୍ରଶାସକ )କଟକ ସଦର ଥାନା ଅନ୍ତର୍ଗତ ଗୋପଳପୁର କାଠଯୋଡ଼ି ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବାଣ ଗୁଡିକ ଫୁଟି ଜଣେ କର୍ମଚାରିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସ ର ବାଣ ନିଷ୍କ୍ରିୟ ଟିମର ହାବିଲଦାର ପ୍ରଦୀପ ମଲ୍ଲିକ।ମିଳିଥିବା ସୂଚନା ଅନୁଯାଇ କଟକ ସଦର ଥାନାରେ ଗତ ଦୀପାବଳି ଓ ବିଭିନ୍ନ୍ ସମୟରେ ଜବତ ହୋଇଥିବା ବାଣକୁ ଶନିବାର କଟକ ରିଜର୍ଭ ପୋଲିସ ର ଏକ ତିନି ଜଣିଆ ଟିମ ନିଷ୍କ୍ରିୟ କରିବା ପାଇଁ ଆସିଥିଲେ। ସେମାନେ ବାଣ ଗୁଡିକ କାଠଯୋଡ଼ି ନଦୀକୂଳକୁ ଆଣି ଦୁଇଟି ଅଲଗା ଅଲଗା ସ୍ଥାନରେ ଖାଲ କରି ନିଆଁ ଲଗାଉଥିବା ବେଳେ ବାଣ ଗୁଡିକ ବିସ୍ପୋରଣ ହୋଇଥିଲା।ଏହା ଫଳରେ ଉପସ୍ଥିତ ଥିବା ହାବିଲଦାର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ବିସ୍ପୋରଣ ର ପ୍ରଭାବରେ ମଲ୍ଲିକ ଙ୍କ ଶରୀରର ଖଣ୍ଡବିଖଣ୍ଡିତ ମାଂସ ଗୁଡିକ ବିଚ୍ଛୁରିତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ମଲ୍ଲିକଙ୍କ ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲ କୁ ପଠାଇ ଥିଲେ। ପରେ ଘଟଣା ସ୍ଥଳରେ ଅତିରିକ୍ତ ଡିସିପି ଅନିଲ ମିଶ୍ର,ପ୍ରକାଶ ପାଲ,ଦେବଦତ୍ତ କର,ଏସିପି କୃଷ୍ଣଚନ୍ଦ୍ର ସେଠୀ,ଅରୁଣ କୁମାର ସ୍ଵାଇଁ,ଉମାକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଜାରିରଖିଛନ୍ତି।

Leave A Reply

Your email address will not be published.