କଟକ: ତା ୧୦/୦୬/୨୦୨୪ ସୋମବାର (ଶାସକ ପ୍ରଶାସକ )ଭାରତୀୟ ଜନତା ପାର୍ଟି ଯୁବମୋର୍ଛା କଟକ ନଗର ପକ୍ଷରୁ ରବିବାର ଅପରାହ୍ନରେ ବାରବାଟୀ କଟକ ନବ ନିର୍ବାଚିତ କଂଗ୍ରେସ ପ୍ରାର୍ଥୀନୀ ସୌଫିଆ ଫିର୍ଦ୍ଦୋଷଙ୍କ ଏକ କୁଶପୁତ୍ତଳା ଲାଲ ବାଗ ଥାନା ସମ୍ମୁଖରେ ଦାହ କରାଯାଉଛି ।ଗତ ଦୁଇ ଦିନ ପୂର୍ବରୁ ସୋଫିଆଙ୍କର ଏକ ବିଜୟ ଶୋଭାଯାତ୍ରାରେ କଂଗ୍ରେସ କର୍ମୀଙ୍କ ର ପିଲାମାନଙ୍କ ଦ୍ଵାରା କରାଯାଇଥିବା ପାକିସ୍ଥାନ ଜିନ୍ଦାବାଦ ନାରାକୁ ବିରୋଧ ଓ ପ୍ରତିବାଦ କରି ବିଜେପି ଯୁବ ମୋର୍ଚା ପକ୍ଷରୁ ସୋଫିଆଙ୍କର କୁଶପୁତ୍ତଳା ଦାହ କରାଯାଉଛି ।ଏଥିସହିତ ଏ ସମ୍ପର୍କରେ ଲାଲ୍ ବାଗ ଥାନାରେ ଏଫ ଆଇ ଆର ପ୍ରଦାନ କରାଯାଇଛି ।
ଯୁବ ମୋର୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସୋଫିଆଙ୍କର ବିଜୟ ଶୋଭାଯାତ୍ରାରେ କିଛି ପିଲା ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ।ତେଣୁ ଏହି ନାରାଟି ଭାଇରାଲ୍ ହୋଇ ଲୋକଲୋଚନକୁ ଆସିଛି ।ତେଣୁ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭି ଯୁକ୍ତ ଆସାମିକୁ ଗିରଫ କରିବାପାଇଁ ଯୁବ ମୋର୍ଚା ପକ୍ଷରୁ ଦାବୀ କରାଯାଇଛି ।କଟକ ନଗର ଯୁବ ମୋର୍ଚାର ସଭାପତି ହରିଚନ୍ଦନ ନାୟକ ଙ୍କ ନେତୃତ୍ଵରେ ଯୁବମୋର୍ଚାକର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।