ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସଦ୍ୟ ପ୍ରକାଶିତ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ୍)ରେ ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓମ୍ ବାଲାଜୀ ପାଢ଼ୀ, କଲ୍ୟାଣି ଗୌଡ଼, ଅଭିନବ ଯୋଶୀ, ଉଦିତ୍ କୁମାର ଶବର, ଚାରୁସ୍ମିତା ସାହୁ, ଅର୍ପିତା ପଣ୍ଡା, ଆଁଚଲ ହୋତା, ମଧୁସ୍ମିତା ଖରା, ଆଦ୍ୟାଂଶ ରଂଜନ ପାତ୍ର, କେରୋଲିନ୍ ମହାନ୍ତି, ବିଦ୍ୟାଶ୍ରୀ ଚୌଧୁରୀ, ସୋମ୍ୟାଶ୍ରୀ ମହାନ୍ତି ଓ ବିଶ୍ଵଜିତ ଦାଶ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ୍)-୨୦୨୪ ରେ କୃତକାର୍ଯ୍ୟ ହୋଇଛନ୍ତି । ଗାନ୍ଧି ପବ୍ଲିକ ସ୍କୁଲର ଉନ୍ନତ କୋଚିଂ, ସର୍ବ ଭାରତୀୟ ପରୀକ୍ଷା ପ୍ରସ୍ତୁତି ତଥା ଉଭୟ ଅନ୍ ଲାଇନ୍ ଅଫ ଲାଇନ୍ ମାଧ୍ୟମରେ ମକ୍ ଟେଷ୍ଟ , ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗ ଦର୍ଶନ ଏବଂ ଉତ୍ତମ ଶିକ୍ଷା ଦାନ ପାଇଁ ପ୍ରତି ବର୍ଷ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରୀୟ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଖୁସି ବ୍ୟକ୍ତ କରି ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଛନ୍ତି ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଶିକ୍ଷା ସମୟରେ ନିଜର ଲକ୍ଷ୍ୟକୁ ଦୃଢ଼ ନିଶ୍ଚିତ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଗ୍ରସର ହେଲେ ଭବିଷ୍ୟତରେ ସଫଳତା ନିଶ୍ଚିତ ପାଇବେ । ଜିଆଇଇଟି ବିଶ୍ୱ ବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟତ କାମନା କରି କହିଥିଲେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ଓ କଠିନ ପରିଶ୍ରମ ଦ୍ୱାରା ସଫଳତାର ଦ୍ୱାର ନିକଟରେ ପହଁଚି ପାରିବେ । ଛାତ୍ରଛାତ୍ରୀଙ୍କ ସଫଳତାରେ ପ୍ରଭାରୀ ଡଃ ପ୍ରିୟବ୍ରତ ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।