ପଦ୍ମପୁର:- ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ଶୀତଳ ଷଷ୍ଠୀ କମିଟି ତରଫରୁ କାର୍ଯ୍ୟକାରୀ ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତି ଭୋଜରାଜ ସିଂ ବରିହା, ସମ୍ପାଦକ ଅଚ୍ୟୁତାନନ୍ଦ ସେଠ, କୋଷାଧ୍ୟକ୍ଷ ଆଶିଷ ଅଗ୍ରୱାଲ ଯୋଗଦେଇଥିଲେ। ପ୍ରଥମେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅଗ୍ରୱାଲ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉପଢୌକନ ପ୍ରଦାନ କରି କମିଟି ତରଫରୁ ସ୍ବାଗତ କରିବା ସହିତ ବିଗତ ବର୍ଷ ପରି ଏହି ବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହେବାକୁ ଥିବା ରାମେଶ୍ବର ବାବାଙ୍କ ତୃତୀୟ ଶୀତଳ ଷଷ୍ଠୀ ରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପରେ ସମ୍ପାଦକ ଶ୍ରୀ ସେଠ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ। ଆଜି ୦୬ ଜୁନ ରୁ ୧୦ ଜୁନ ପର୍ଯ୍ୟନ୍ତ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନଯାତ୍ରା ର କଂସ ହୃଷୀକେଶ ଭୋଇଙ୍କ ତାରକାସୁର ଦରବାର, ଖ୍ୟାତନାମା ଜାଦୁଗର ଏସ୍ ଶ୍ରୀକାନ୍ତ ଙ୍କ ଯାଦୁଗରି ଏବଂ ମିନାବଜାର , ୦୮ ତାରିଖ ସନ୍ଧ୍ୟା ୮ଟା ରେ ନେହେରୁଗଲି ସ୍ଥିତ (ଆର୍ ସି ଏମ୍ ଏସ) ଠାରେ କୀର୍ତ୍ତନ ବୈଠକ, ୧୦ତାରିଖ ସନ୍ଧ୍ୟା ୮ଟା ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡିଆରେ ରୁକୁ ସୁନା ଏଣ୍ଡ ଗ୍ରୁପ ର ଆର୍କେଷ୍ଟ୍ରା, ୧୧ତାରିଖ ରାମେଶ୍ବର ବାବାଙ୍କ ଶୋଭାଯାତ୍ରା ରେ ରାଜ୍ୟ ବାହାର ରାଜ୍ୟ ର ସାଂସ୍କୃତିକ କାର୍ଯ୍ୟକ୍ରମ, ୧୨ ତାରିଖରେ ରାମେଶ୍ବର ବାବା ଓ ମାତା ପାର୍ବତୀ ନଗର ପରିଭ୍ରମଣ କରି ପ୍ରତ୍ୟାବର୍ତ୍ତନ କରିବେ।୧୩ ତାରିଖରେ ବାବା ରାମେଶ୍ବର ଏଵଂ ମାତା ପାର୍ବତୀଙ୍କ ନୌକା ବିହାର ର ଆୟୋଜନ, ସନ୍ଧ୍ୟା ୬ଘଣ୍ଟା ସମୟରେ ଲଟେରୀ ଉଠାଣ ଉଠାଣ ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ। କୋଷାଧ୍ୟକ୍ଷ ଆଶିଷ ବଂଶଲ ଭକ୍ତ ଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା ୧୧ତାରିଖ ରେ ସ୍ଥାନୀୟ ନେହେରୁ ଗଲି ସ୍ଥିତ ଆର୍ ସି ଏମ୍ ଏସ, ଓ ୧୩ ତାରିଖ ରେ ସ୍ଥାନୀୟ ଗୋରୁବଜାର ଠାରେ ଆୟୋଜନ ର ବ୍ୟବସ୍ଥା ସୂଚନା ପ୍ରଦାନ କରିଥିଲେ । ୦୭ତାରିଖ ରେ ପତରପେଣ୍ଡି ( ଅଳଙ୍କାର ଧାରଣ) ଦେବ ରୀତିନୀତି, ୦୮ତାରିଖରେ ଗୁଆଗୁଣ୍ଡା (ହନୁମାନ ନିମନ୍ତ୍ରଣ), ୦୯ ତାରିଖ ରେ ଗଣ୍ଠିଲା ଫିଟା, ୧୦ ତାରିଖରେ ରାମେଶ୍ବର ନଗର ଓ ହିମାଦ୍ରୀ ନଗର (ଲୋକାଚାର ବିଧି), ୧୧ତାରିଖରେ ବରାନୁଗମନ , ୧୨ତାରିଖରେ ମାତା ପାର୍ବତୀ ଙ୍କ ଶ୍ୱଶୁରାଳୟ ଆଗମନ ତଥା ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା, ୧୩ ତାରିଖରେ ମନ୍ଦିର ପ୍ରବେଶ କରିବା ନେ଼ଇ ପୂଜା କମିଟି ମୁଖ୍ୟ ତୋଷବନ୍ତ ଭୋଇ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର, ସନ୍ତୋଷ ଶତପଥୀ, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ, ବିଜୟ କୁମାର ସାହୁ,ନୀଳକଣ୍ଠ ଦୀପ, ହେମନ୍ତ ସାହୁ, ଆଦର୍ଶ ନାଥ,ସୋମେଶ ଚନ୍ଦ୍ର ମହାନ୍ତି, ଅଶ୍ଵିନୀ ଧରୁଆ, କିରଟି ସାହୁ, ସୁଦାମ ପଧାନ, ଡିଲେଶ୍ୱର୍ ବାଗ, ତୃପ୍ତୀମୟ ତ୍ରିପାଠୀ, ରାକେଶ ଦାଶ, ଯୋଗଦେଇ ଥିଲେ।ବରିଷ୍ଠ ସଦସ୍ୟ ଅଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରପିତା ସେବକ ମେହେର, କନ୍ୟାପିତା ପ୍ରଶାନ୍ତ କୁମାର ପଟ୍ଟନାୟକ, ସହ-କୋଷାଧ୍ୟକ୍ଷ ଭଜନ ଲାଲ ଅଗ୍ରୱାଲ,ଗଜେନ୍ଦ୍ର ମହାନ୍ତି, ଗଜାନନ୍ଦ ଅଗ୍ରୱାଲ, କ୍ଷିରୋଦ୍ର ତ୍ରିପାଠୀ, ଗିରିଶ ସାହୁ ହରିହର ସାହୁ, ନିକାଶ ନାଏକ, ଆକାଶ ସାହୁ,ମୌସମ ପାଗଡା, ତାପସ କୁମାର ନାୟକ,ଶିବାଶିଷ ପଟ୍ଟନାୟକ, ଚୂଡ଼ାମଣି ସାହୁ, ନିବାସ ଚନ୍ଦ୍ର ସେଠ, ସଞ୍ଜୀବ କୁମାର ସାହୁ, ଅଖିଳ ପୁରୋହିତ, ରାଜେଶ ସରାଫ, ବିଶ୍ଵନାଥ ଚିନ୍ଦ୍ରା, ଦୀପକ ସାହୁ, ପ୍ରକାଶ ସାହୁ କୁନୁ ସେଠ, କମଳ ସାହୁ,ନରେଶ ଦାସ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post