ବେଙ୍ଗାଲୁରୁରେ ଓଡ଼ିଶା ଏସଆଇଟି ଟିମ

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ, ଵେଙ୍ଗଲୋର ଆଉ ତିନି ଜଣଙ୍କୁ ଗିରଫ କଲା ପୋଲିସ୍ । ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ସୂଚନା ଅନୁଯାୟୀ ଜଣାପଡିଛି ଯେ, ଆଗରୁ ୧୪ ଜଣଙ୍କୁ ଗିରଫ କରାଯାଇଥିଲା, ଆଜି ପୁଣି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଏକ ମଦ କେସ୍ ରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି।
Imageଖବର ନେବାରୁ ଜଣାପଡିଛି ଯେ ଏସ୍ ଆଇଟି ଟିମର ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଵେଙ୍ଗୋଲରୁ ଉକ୍ତ ଆସାମୀ ମାନଙ୍କୁ ଠାବ କରିବାରେ ସଫଳତା ହାସଲ କରିପାରିଛନ୍ତି।ଆଜି ଅପରାହ୍ନରେ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି। ଏମାନେ ହେଲେ ଶିବରାମ ତରେଇ,କୋକନ ନାହାକ ଓ ବିଜୟ ତରାଇ ବୋଲି ଜଣାପଡିଛି। ଏମାନଙ୍କ ପାଖରୁ ପୋଲିସ୍ ଖଣ୍ଡା ଜବତ କରିବା କଥା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.