କେଡେ ଅମଣିଷ ପୁଅ : ଏଇ ଦିନ ପାଇଁ ବୋଧେ ଜନ୍ମ କରି ପାଳି ବଡ କରିଥିଲା ବାପା !

0

ବରଗଡ଼ରୁ ଗୌରାଙ୍ଗ ଦାଶ/ପଦ୍ମପୁର ନୀଳ ଦୀପ  ପଦ୍ମପୁର ଉପଖଣ୍ଡସ୍ଥ ଜଗଦଳପୁର ଥାନା ଅନ୍ତର୍ଗତ ବିଜରାଭଟା ଗ୍ରାମରେ ପୁଅର ଲାଠି ମାଡରେ ବାପାର ମୄତ୍ୟୁ ହୋଇଛି ।ସୂଚନା ଅନୁସାରେ ବିଜରାଭଟା ଗ୍ରାମର ଦିଲ୍ଲିପ ଭୋଇ(୨୬) ନିଶାଗ୍ରସ୍ତ ଅବସ୍ଥାରେ ତାର ବାପା ଆଶାରାମ ଭୋଇଙ୍କୁ ଲାଠିରେ ପିଟିପିଟି ମାରିଦେଇଛି। ଏ ସମ୍ପର୍କରେ ଖବରପାଇ ଜଗଦଳପୁର ଥାନାଅଧିକାରୀ ଶ୍ରୀମତୀ ଲଲିତା ଲାକ୍ରା ଘଟଣା ସ୍ଥଲରେ ପହଞ୍ଚି ଶବ ଜବତ କରିବା ସହିତ ଦିଲ୍ଲିପକୁ ଗିରଫ କରିଛି ଏବଂ ପଚରାଉଚରା ଯାରି ରଖିଛନ୍ତି । ପାରିବାରିକ କଳହରୁ ଏଭଲି ଜଘନ୍ୟ କାଣ୍ଡ ଘଟିଥିବା ଆଇଆଇସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.