ଦୁର୍ଘଟଣା : 3 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ ।

0

ପଦ୍ମପୁର/ Nila Deep

 ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତାର ଗୋଇବାହାଲି ଛକଠାରେ ଡମ୍ଫର ସହିତ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କ ମୄତ୍ୟୁ ହୋଇଛି ।ସୂଚନା ଅନୁଯାୟୀ ମୄତକ ମାନେହେଲେ ସିଂହନପୁରର ଗ୍ରାମର ମିନକେତନ ଖରସେଲ, ରାଜେନ୍ଦ୍ର ବରିହା, ମାଧବ କମଲିଆ । ସେମାନେ କଦଳିଝରନ ଗ୍ରାମରୁ ଏକ ବାହାଘର ଭୋଜିଖାଇ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।କ୍ଷତିପୂରଣ ଦାବିରେ  ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.