ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଭେଙ୍କେଟ ରମଣ ସାହୁକାରଙ୍କର ଶିକ୍ଷକତା କର୍ମଦିଗରେ ଅବସରପ୍ରାପ୍ତ ହେତୁ ଔପଚାରିକ ଭାବେ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଶ୍ରୀଯୁକ୍ତ ସାହୁକାର ମହୋଦୟଙ୍କର କର୍ମମୟ ଜୀବନରେ ଶୃଙ୍ଖଳିତ କାର୍ଯ୍ୟ ଓ ଗୁଣାବଳୀ ସବୁ ଶିକ୍ଷକ ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ , ଗୁମ୍ମା କାର୍ଯ୍ୟାଳୟରୁ ଔପଚାରିକ ଭାବେ ଅବସରପ୍ରାପ୍ତ ଶ୍ରୀ ସାହୁକାରଙ୍କର ପେନସନ୍ ବାବଦ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରାଯାଇଛି।
ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କ ଭବିଷ୍ୟତ ଜୀବନରେ ମଙ୍ଗଳମୟ ହେଉ ବୋଲି କୃତଜ୍ଞତା ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.