ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ

0 2

ଇମ୍ଫା ପରିସରରେ ଥିବା ବିଶ୍ଵକର୍ମା ଭବନରେ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ରାୟଗଡା : ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦାରା ତା ୩୧.୦୫.୨୦୨୪ ରିଖ ଶୁକ୍ରୁବାର ଦିନ ସ୍ଥାନୀୟ ଇମ୍ଫା କେମ୍ପସ ପରିସରରେ ଥିବା ବିଶ୍ଵକର୍ମା ଭବନ ରେ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ରାୟଗଡ଼ା ଵାର ଆସୋସିଏସନ୍ ର ସଚିବ ଶ୍ରୀ ବିଶ୍ଵନାଥ ଗନ୍ତାୟତ, ଜିଲ୍ଲା ଆଇନସେବା ପ୍ରାଧିକରଣ ର ପାନେଲ ଓକିଲ ଶ୍ରୀମତି ଶୁଭ୍ରା ପଣ୍ଡା, ଶ୍ରୀ ସୀତାରାମ ପଣ୍ଡା, ପ୍ରଣ୍ଟ ଅଫିସ ରିଟେନର ଶ୍ରୀ କିଶୋର ସାହୁ, ରାୟଗଡ଼ା ମ୍ୟୁନିସିପାଲଟି ର ଏକ୍ସପର୍ଟ ଶ୍ରୀ ବାଳ କୃଷ୍ଣ, ଇମ୍ପା କମ୍ପାନି ର ମହା ପରିଚାଳକ ଶ୍ରୀ ଏମ.ଶ୍ରୀନିବାସ , ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ବରିଷ୍ଟ ପରିଚାଳକ କ୍ୱାଲିଟୀ କଣ୍ଟ୍ରୋଲ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ଇମ୍ଫା କାରଖାନା ର ଅନ୍ୟ କର୍ମଚାରୀ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ନିଜର ବକ୍ତବ୍ୟରେ ବର୍ଯ୍ୟବସ୍ତୁକୁ ଏଣେତେଣେ ନପକାଇ କିପରି ତାକୁ ଉଚିତ ବ୍ୟବହାର କରିବା ସେ ଉପରେ ଲୋକମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ l ପରିଶେଷରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ବର୍ଯ୍ୟବସ୍ତୁକୁ କିପରି ଏଣେତେଣେ ନ ପକାଇ ତାକୁ କିପରି ଉଚିତ ଭାବରେ ବ୍ୟବହାର କରିବା ସେ ବିଷୟରେ ଅଂଶ୍ରହଣକାରୀଙ୍କୁ ବିସ୍ତୃତ ଭାବରେ ସଚେତନ କରିଥିଲେ l କାର୍ଯ୍ୟକ୍ରମ ପରିଶେଷରେ ଇମ୍ଫା କାରଖାନା ତରଫରୁ କିପରି ବର୍ଯ୍ୟବସ୍ତୁକୁ ପରିଚାଳନା କରିବା ତାହା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସେନ୍ ମାଧ୍ୟମରେ ଉପସ୍ଥାପନ କରିଥିଲେ l ସର୍ବୋପରି ଏହି କାର୍ଯ୍ୟକ୍ରମରେ ଇମ୍ପାଲ କମ୍ପାନି ର ମହା ପରିଚାଳକ ଶ୍ରୀ ଏମ. ଶ୍ରୀନିବାସ, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ବରିଷ୍ଟ ପରିଚାଳକ କ୍ୱାଲିଟୀ କଣ୍ଟ୍ରୋଲ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ କମ୍ପାନି ର ଅନ୍ୟ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

Leave A Reply

Your email address will not be published.