ବିଦୁସ୍ମିତା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ଟପ୍ପର୍

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁ୍କ୍ତ ଦୁଇ ପରୀକ୍ଷା ଫଳ ଉତ୍ସାହ ଜନକ ରହିଛି I ଅନୁଷ୍ଠାନର କଳା ବିଭାଗରେ ବିଦୁସ୍ମିତା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ବିଦୁସ୍ମିତା ମୋଟ 600 ନମ୍ବର୍ ରୁ ସର୍ବାଧିକ 500 ମାର୍କ ରଖିଛନ୍ତି I ବିଦୁସ୍ମିତାଙ୍କ ନିଜ ଗାଆଁ ବିଞ୍ଚଣା ହୋଇଥିବା ବେଳେ ତାଙ୍କ ବାପା ତାମସ ସ୍ୱାଇଁ ଏବଂ ମାଆ ସୁନିତା ସ୍ୱାଇଁ ରାଜ୍ୟ ବାହାରେ ରହି କାମ କରୁ୍ଥିବା ଯୋଗୁଁ ବିଦୁସ୍ମିତା ଗୋବରା ସ୍ଥିତ ନିଜ ଅଜା ଧୋବା ବିଶ୍ୱାଳଙ୍କ ଘରେ ରହି ପାଠ ପଢୁଥିଲେ I ବିଦୁସ୍ମିତାଙ୍କ ସଫଳତା ପାଇଁ ତାଙ୍କୁ ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଥିବା ବେଳେ ସେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ମାମୁ ଦୀନବନ୍ଧୁ ବିଶ୍ୱାଳ ଏବଂ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି I

Leave A Reply

Your email address will not be published.