ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଶବର ସାଂସ୍କୃତିକ ସଂଘର କାର୍ଯାଳୟ ପରିସରରେ ପିଲାଙ୍କୁ ପ୍ରଥମ କରି ଆଦିବାସୀ ଭାଷାରେ ଶିକ୍ଷାଦାନ ପାଇଁ ତାଲିମ ଶିବିର ଆୟୋଜନ କରାଯାଇଛି। ଏହି ଦଶ ଦିନିଆ ଶିବିର ଗତ ଶନିବାର ଦିନରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଆଦିବାସୀ ଭାଷାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ସେମାନଙ୍କ ଭାଷାରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନେଇଥିବାରୁ ଏହି ଭଳି ତାଲିମ କାର୍ଯ୍ୟକ୍ରମ ଜରିଆରେ ପିଲା ମାନଙ୍କୁ ଅଧିକା ଦକ୍ଷତା କରାଯିବାକୁ ପଦକ୍ଷେପ ନିଆଯାଇଛିl ସୌରା ଭାଷା ଓ ଲିପିର ଗଭେଷକ ମାନେ ଯୋଗଦେଇ ତାଲିମ ପ୍ରଦାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାଠ୍ୟ ଖସଡ଼ା ପ୍ରସ୍ତୁତ ଏବଂ ଆଦିବାସୀ ଭାଷା ରେ ଶିକ୍ଷା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ତାଲିମ ଶିବିର ଆରମ୍ଭ କରାଯାଇଛି ବୋଲି ବ୍ଲକ ମଙ୍ଗଳ ଅଧିକାରୀ ଗଙ୍ଗାଧର ବେହେରା କହିଛନ୍ତି l ସୁବୀନ୍ଦ୍ର ଶବର, ୟୁମ୍ପିଙ୍ ଶବର, ଉଦୟ ଶବର, ମାଧବ ଶବର, ରତ୍ନା ଶବର, ପାଡୁ ଚନ୍ଦ୍ରୁ ଶବର, ପ୍ରେମ ଶବର, ଗୋବିନ୍ଦ ଶବର, ଦାସ ଶବର, ଦିଲ୍ଲୀପ ଶବର, ଶବର, ଗୁରୁବାରିଆ ଶବର, ଏସିଅ ଶବର, ଯୁଗଳ ଶବର, ରାମଚନ୍ଦ୍ର ଶବର, ପୂର୍ଣ୍ଣ ଚନ୍ଦ୍ର ଶବର, ବିଦ୍ୟାଧର ଶବର, କୃଷ୍ଣ ଶବର, ବୃହସ୍ପତି ଶବର, ଫଲାଗୁନି ଶବର, ବାଲାଜୀ ଗମାଙ୍ଗ, ରାମଚନ୍ଦ୍ର ଗମାଙ୍ଗ, ଗୌତମ ଶବର, ଇଣ୍ଡ ଶବର, ରାଇଗୁ ଶବର, ସୁରେନ୍ଦ୍ର ଶବର, ଉର୍ଦୁମ ଶବର, ସୁମ୍ବାରା ଶବର, ଆମନ ଶବର, ପୁରିଆ ଶବର, ରହିଦାସ ଶବର, କାର୍ତ୍ତିକ ଶବର ପ୍ରବୃତି ଶବର ସଂସ୍କୃତି ସଂଘ ର ସଭାପତି ଚକ୍ରପାଣି ଶବର ଏବଂ ସମ୍ପାଦକ ବଳରାମ ଶବରଙ୍କ ତତତ୍ୱାବଧାନରେ ପ୍ରାଥମିକ ଶିକ୍ଷା ପୁସ୍ତକର ଅନୁବାଦ କାର୍ଯ୍ୟକ୍ରମ ଶବର ସଂଘ କାର୍ଯ୍ୟାଳୟରେ ଚାଲୁରହିଛି l ଏହି କାର୍ଯ୍ୟକ୍ରମକୁ ଗୁଣପୁର ଶବର ସାଂସ୍କୃତିକ ସଂଘ ର ସଭାପତି ଚକ୍ରପାଣି ଶବର, ଉପ ସଭାପତି ଆରୋସି ଶବର, ସମ୍ପାଦକ ବଳରାମ ଶବର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ଶବର ପରିଚାଳନା କରିଥିଲେ। ଙ୍କ ସମେତ ଭାଷା ଭିତ୍ତିକ ଶିକ୍ଷକ ମାନେ ଯୋଗ ଦେଇଥିଲେ l