ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରବିବାର ଅପରାହ୍ଣରେ ପ୍ରକାଶ ପାଇଛି ଯୁକ୍ତଦୁଇ ପରୀକ୍ଷା ଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସଫଳତା ମିଳିଛି। ଅନୁଷ୍ଠାନର ପରୀକ୍ଷା ଦେଇଥିବା ମୋଟ ୧୦୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦ ଜଣ, ଦ୍ୱିତୀୟ ଶ୍ରେଣୀରେ 47 ଜଣ ଏବଂ ତୃତୀୟ ଶ୍ରେଣୀରେ ୩୬ ଜଣ ଉତୀର୍ଣ୍ଣ ହୋଇଛନ୍ତି। ମାନସୀ ସ୍ୱାଇଁ ୫୦୨ ମାର୍କ ରଖି ବିଜ୍ଞାନ ସ୍ରୋତରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସେହିପରି କଳା ସ୍ରୋତରେ ମୋଟ ୨୯୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୫ ଜଣ ଏବଂ ତୃତୀୟ ଶ୍ରେଣୀ ରେ ୪୭ ଜଣ ଉତୀର୍ଣ୍ଣ ହୋଇଛନ୍ତି। କଳା କ୍ଷେତ୍ରରେ ଶତକଡା ଶତାନବେ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳା ସ୍ରୋତରେ ସର୍ବାଧିକ ୫୧୨ ମାର୍କ ରଖି ଆରତୀ ଗୌଡ଼ ଓ ସୁମନ ବିଶୋୟୀ ଯୁଗ୍ମ ଭାବେ ଶ୍ରେଣୀ ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ନାତକୋତ୍ତର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.