ସାରସକଣାରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୫ନମ୍ବର ଜୋନ ଖେରୁଣା ଠାରେ ଆୟୋଜନ ହୋଇଯାଇଛି ଏକ ବିରାଟ ଜନ ସମାବେଶ । ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ (କିମ୍ସ ପ୍ରତିଷ୍ଠାତା) ମାନ୍ୟବର ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ସାରସକଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ଡ଼ଃ ଦେବାଶିଷ ମାରାଣ୍ଡି , ମୟୁରଭଂଜ ଜିଲ୍ଲା ବିଜେଡି ଉପସଭାପତି ଅମରେନ୍ଦ୍ର କର , ଦେବାଶିଷ ମହାନ୍ତିଙ୍କ ସହ ସାରସ କଣା ବ୍ଳକ୍ ର ବିଜେଡିର ସମସ୍ତ ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ ।ଶ୍ରୀ ସାମନ୍ତ ଯୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନଙ୍କୁ ବିଜୟ କରିବାକୁ ଅନୁରୋଧ କରିଥିଲେ । ଠିକ୍ ସେହି ପରି ଅମରେନ୍ଦ୍ର କର ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ବାନ ଦେଇଥିଲେ ।
ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ମାରାଣ୍ଡି ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିବା ସହିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ଙ୍କ ଅଧୀନରେ ବିଜେଡି ସରକାର କରିବା ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ସଭାରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ତେବେ ନିର୍ବାଚନରେ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।