ଭୁବନେଶ୍ୱର, ୨୭ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଯଥାକ୍ରମେ ୮୦.୯୫, ୮୬.୯୩ ଓ ୮୨.୨୭ ଥିବା ବେଳେ କିସ୍ର ପାସ ହାର ଶତ ପ୍ରତିଶତ ରହିଛି। କିସ୍ରେ ୧୮୮୫ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ। ଚଳିତବର୍ଷ ମଧ୍ୟ କିସ୍ର ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। କିସ୍ରେ ମୋଟ ୩୮ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସେଥିମଧ୍ୟରୁ କଳାରେ ୪୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୪୧ ଓ ୩୩ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।
କଳାରେ ହିମାରାଣୀ ମଲ୍ଳିକ ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିବା ବେଳେ ଲିବୁ ସୋରେନ୍ ୮୦ ପ୍ରତିଶତ ରଖି ବିଜ୍ଞାନ ଓ ଶଙ୍କର ଭୂମିଜ ବାଣିଜ୍ୟରେ ସର୍ବାଧିକ ୮୭ ପ୍ରତିଶତ ରଖି କଲେଜ ଟପ୍ପର ହୋଇଛନ୍ତି। ଅତି ଦୁର୍ବଳ ଜନଜାତିବର୍ଗର ୭୫ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର +୨ରେ ଭଲ ପ୍ରଦର୍ଶନ କରିଛନ୍ତି। କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଦ୍ୱାଦଶ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି, କିସ୍ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ନିଷ୍ଠା ଓ ସମୟକୁ ସମୟ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ କିସ୍କୁ ଏହି ସଫଳତା ଆଣିଦେଇଛି।
Sign in
Sign in
Recover your password.
A password will be e-mailed to you.