ଦିଲ୍ଲୀପ ପାହାନ ଙ୍କ ଦ୍ଵାଦଶ କାର୍ଯ୍ୟ କ୍ରମ ଓ ଶ୍ରଦ୍ଧାଞ୍ଜଳି ଦିବସ।

0 1

(ଶାସକ ପ୍ରଶାସକ/ ଖଲ୍ଲିକୋଟରୁଶିବରାମ ଜେନା):  ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ର ରାମଚନ୍ଦ୍ର ପାହାନ ଙ୍କ ପୁତ୍ର ଦିଲ୍ଲୀପ ପାହାନ ଙ୍କ,ଗତ ୧୫-୫- ୨୪ ତାରିଖରେ ଦଳୀୟ ରାଜନୈତିକ ହିଂସାକାଣ୍ଡ ରୁ ମୃତ୍ୟୁ ଘଟିଥିଲା।
ଆଜି ତା୨୬-୫-୨୪ ରିଖରେ ଦ୍ଵାଦଶ କାର୍ଯ୍ୟ କ୍ରମ ଅଵସର ରେ ବିଜେପି ର ନେତା ତଥା ଅନ୍ୟାନ୍ୟ କର୍ମୀ ମାନଙ୍କ ସମାବେଶ ହୋଇଥିଵାର ପରିଲକ୍ଷିତ ହୋଇଥିଲା।
ଖବର ନେବାରୁ ଜଣାପଡିଛି ଯେ , ସ୍ବର୍ଗତ ଦିଲ୍ଲୀପ ପାହାନ ଙ୍କ ପିତା ରାମଚନ୍ଦ୍ର ପାହାନଙ୍କ ବାସଭବନ ରେ ବିଜେପି ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏକ୍ଷେତ୍ରରେ ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ନେତା, ଗ୍ରାମ ବାସୀ ଓ ବିଭିନ୍ନ ପଞ୍ଚାୟତ ରୁ ଲୋକ ମାନେ ଉପସ୍ଥିତ ଥିଲେ ।
ଶୋକସଭା ର ଆୟୋଜନ କରାଯାଇଥିଲା ବେଳେ ବିଜେପି ପକ୍ଷରୁ ପୁତ୍ରହରା ରାମଚନ୍ଦ୍ର ପାହାନ ଓ ବିଧବା ପୁତ୍ରବଧୂ ଶ୍ରୀମତୀ ସାବିତ୍ରୀ ପାହାନ ଙ୍କୁ ପାଞ୍ଚଲକ୍ଷ ଲେଖାଏଁ ଦଶଲକ୍ଷର ୨ଟି ଚେକ୍ ପ୍ରଦାନ କରାଯାଇଥିଲା। ଏ ଅବସରରେ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଆହ୍ବାନ କରାଯାଇଥିଲା ବେଳେ ବିଜେପି ର ନେତା ମାନଙ୍କ ମଧ୍ୟରେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଓଵିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ, ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ଅନୀଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାସ, ଶଙ୍କର ପ୍ରସାଦ ନାହାକ, ଜଗନ୍ନାଥ ଭୂୟାଁ, ସନ୍ତୋଷ କୁମାର ରାଉତ, ମନୋଜ କୁମାର ପ୍ରଧାନ,ସିମାଞ୍ଚଳ ଶଵର, ସକଳେଶ୍ଵର ଦାସ, ରମେଶ ଚନ୍ଦ୍ର ପରିଡ଼ା ଙ୍କ ସମେତ ଅନ୍ୟାନ୍ୟ ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ନେତା ମାନେ ସମବେତ ହୋଇ ଥିବା ବେଳେ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା। ଶୋକସନ୍ତପ୍ତ ପରିବାର ପାଇଁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ବିଜେପି ର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ପ୍ରଦାନ କରିଛନ୍ତିି ।

Leave A Reply

Your email address will not be published.