ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ : ବ୍ଲକ ଟପର ସରୋଜ କୁମାର ନନ୍ଦ: ୨୩୨୮ ଜଣ ପାସ- ୧୧ଜଣ ଛାତ୍ର ଛାତ୍ରୀ ଫେଲ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୨୪ ଶିକ୍ଷା ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୬.୦୭% ଫଳାଫଳ ହୋଇଥିବା ବେଳେ ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳରେ ୯୯.୫୨% ଫଳାଫଳ କରି ଏକ ରେକର୍ଡ଼ ସୃଷ୍ଟି କରିଛି । ଏହି ବ୍ଲକର ୪୧ଟି ପଞ୍ଚାୟତରେ ଥିବା ୪୬ ଗୋଟି ହାଇସ୍କୁଲରେ ୨୩୩୯ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୨୩୨୮ ଜଣ ପାସ କରିଥିଲା ବେଳେ ୧୧ଜଣ ଛାତ୍ର ଛାତ୍ରୀ ଫେଲ ହୋଇଥିବା ଜଣାଯାଇଛି । ଏହି ୪୬ଟି ସ୍କୁଲ ମଧ୍ୟରୁ ୩୬ଟି ସ୍କୁଲ ଶତପ୍ରତିଶତ ଫଳାଫଳ କରିଥିବାବେଳେ ୪ଟି ସ୍କୁଲ ୯୯%, ୪ଟି ସ୍କୁଲ ୯୮%, ଦୁଇଟି ସ୍କୁଲ ୯୭% ଫଳାଫଳ କରିଥିବା ଜଣାଯାଇଛି । ଚଳିତ ବର୍ଷ ୯ଜଣ ଛାତ୍ର ଛାତ୍ରୀ ଏ- ୧ ପାଇଥିବାବେଳେ ଚନ୍ଦ୍ରଶେଖର ହାଇସ୍କୁଲ, ଦେମାଣ୍ଡୋର ଛାତ୍ର ସରୋଜ କୁମାର ନନ୍ଦ ସର୍ବୋଚ୍ଚ ୫୬୦ ନମ୍ବର ରଖି ବ୍ଲକ ଟପର ହୋଇଥିବା ଜଣାଯାଇଛି । ଏହାଛଡ଼ା କଳିଙ୍ଗ ମଡ଼େଲ ହାଇସ୍କୁଲର ଛାତ୍ର ସଂଗ୍ରାମ ସାହୁ ୫୫୨ ଓ କଲରାବାଙ୍କ ହାଇସ୍କୁଲର ଛାତ୍ର ପ୍ରଭୂଦତ୍ତ ମିଶ୍ର ମଧ୍ୟ ୫୫୨ ରଖି ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପାଳଦା ସରକାରୀ ହାଇସ୍କୁଲର ଛାତ୍ର ସୁରେଶ ଚନ୍ଦ୍ର ମଲିକ ୫୪୯ ନମ୍ବର ରଖି ତୃତୀୟ ସ୍ଥାନରେ ରହିଥିବା ବେଳେ କଳିଙ୍ଗ ମଡ଼େଲ ହାଇସ୍କୁଲର ଛାତ୍ର ବିଶ୍ଵଜିତ୍ ପୃଷ୍ଟି ୫୪୧, କେରିଲୋ ହରଚଣ୍ଡୀ ହାଇସ୍କୁଲର ଛାତ୍ର ସାର୍ଥକ ଦାସ, ଛାତ୍ରୀ ଗାୟତ୍ରୀ ପଣ୍ଡା, ସୁଶ୍ରୀ ମନିସା ପୁହାଣ ୫୪ ୦ ନମ୍ବର ଲେଖାଏଁ ରଖିଛନ୍ତି । ସେହିପରି ଶକୁନ୍ତଳା ବିଦ୍ୟାନିକେତନର ଛାତ୍ରୀ ପ୍ରାଚୀ ସ୍ୱାଇଁ ୫୪୦ ନମ୍ବର ରଖି ଏ- ୧ ହୋଇଛନ୍ତି । ଏହାଛଡ଼ା ୧୦୮ ଜଣ ଛାତ୍ର ଛାତ୍ରୀ ଏ-୨ ପାଇଥିବା ବେଳେ ୩୮୬ ଜଣ ବି-୧, ୪୩୬ଜଣ ବି-୨, ୫୭୪ଜଣ ସି, ୪୬୭ଜଣ ଡ଼ି ଓ ୩୪୮ ଜଣ ଇ ଗ୍ରେଡ଼ ପାଇ ଉତ୍ତିର୍ଣ୍ଣ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ମାଟ୍ରିକରେ ଆଶାତୀତ ଫଳାଫଳ ହୋଇଥିବାରୁ ବ୍ଳକ ଶିକ୍ଷାଧିକାରୀ ଲାବଣ୍ୟବତୀ ବେହେରା ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।