(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବରାଦୋ ପଞ୍ଚାୟତରେ ବିଜେଡ଼ି କର୍ମୀ ବୈଠକ ସ୍ଥାନୀୟ ବଉଳମୂଳ ଠାରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସଭାପତି ମଧୁସୂଦନ ସେଠୀଙ୍କ ସଭାପତିତ୍ଵ ଓ ଯୁବନେତା ନୃସିଂହଚରଣ ବିଶ୍ୱାଳଙ୍କ ସଂଯୋଜନା ରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାନସଭାର ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ବିଜେଡ଼ି ସରକାର ମହିଳା ଓ ଯୁବକମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ସବୁ ଯୋଜନା ହାତକୁ ନେଇଛନ୍ତି ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଏହାଛଡ଼ା ଜୁଲାଇ ମାସରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଏସଏଚଜି ମହିଳାମାନଙ୍କୁ ପେନସନର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରଗତି ଧାରାକୁ ତ୍ବରାନ୍ବିତ କରିବା ପାଇଁ ଆସନ୍ତା ଜୁନ୍ ୧ ତାରିଖରେ ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥୀଦ୍ଵୟଙ୍କୁ ଶଙ୍ଖ ଚିହ୍ନରେ ବିଜୟୀ କରିବା ପାଇଁ ସହଯୋଗ କାମନା କରିଥିଲେ । ଏଥିରେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ସମିତିସଭ୍ୟା ପ୍ରତିନିଧି ବଳରାମ ସାହୁ, ରତ୍ନାକର ବିଶ୍ଵାଳ, ଅଭୟ ରାଉତ, ପ୍ରଣବ ଦାଶ, ବିଶ୍ଵରଂଜନ ମିଶ୍ର ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରି ବିଜୟଲାଭ କରିବେ ସେ ନେଇ ସଂକଳ୍ପ କରିଥିଲେ ।
Sign in
Sign in
Recover your password.
A password will be e-mailed to you.