ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ- ବିଷ୍ଣୁ ମହାନ୍ତି
ରାଉରକେଲା, (ବସନ୍ତ କୁମାର ଜେନା): ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ଆଜି ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏହି ଦିବସକୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ ହୋଇଯାଇଅଛି। ଆସୋସିଏସନ୍ ର ସଭାପତି ତଥା ସି ଆଇ ଟି ୟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆନ୍ତର୍ଜାତିକ ହକର୍ସ ଦିବସ ରେ ଅଧ୍ୟକ୍ଷତା କରି ବକ୍ତବ୍ୟ ରଖି ସର୍ବପ୍ରଥମେ ଆଜିର ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ସମସ୍ତ ବିତରକ ମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଆଜିର ଦିନରେ ସମଗ୍ର ଶ୍ରମିକ ଶ୍ରେଣୀ ପାଇଁ ଆସିଥିବା ଆହ୍ୱାନ କୁ ସଂଗଠନକୁ ସୁଦୃଢ ଓ ଐକ୍ୟବଦ୍ଧ କରି ଆନ୍ଦୋଳନକୁ ତେଜୀୟାନ କରିବା ସହିତ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ପାଠକୀୟ ଆଦୃତି ବଢ଼ାଇବା ଦିଗରେ ଜନ ଜାଗରଣ ସୃଷ୍ଟି କରିବା ସହିତ ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ।
ଆସୋସିଏସନ୍ ର ସାଧାରଣ ସମ୍ପାଦକ ବିମାନ ମାଇତି, ଉପଦେଷ୍ଟା ତଥା ରାଉରକେଲା ଓକିଲ ସଂଘର ଉପ ସଭାପତି ରାଜ କିଶୋର ପ୍ରଧାନ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସଂଗ୍ରାମ ଭୂୟାଁ, କୁଞ୍ଜବିହାରୀ ରାଉତ,ହକର୍ସ ଆସୋସିଏସନ୍ ର ନେତା ଆର୍ତ୍ତତ୍ରାଣ ବେହେରା, କିଶୋର ରାଉତ, ମିହିର ପାତ୍ର, ମନୋଜ ପଟ୍ଟନାୟକ, ଶୁଖେନ୍ଦୁ ପାତ୍ର, ଅଶେଷ ବିଶ୍ଵାଳ, ପ୍ରମୁଖ ବକ୍ତବ୍ୟ ରଖି ବିତରକ ଓ ଖବରକାଗଜ ଅଙ୍ଗାଙ୍ଗୀ ଭାବରେ ସମନ୍ଵୟ ରଖି କାର୍ଯ୍ୟ କରିବା ଦିଗରେ ଗୁରୁତ୍ବ ଦେବା ସହ ସରକାର ଅସଗଠିତ କ୍ଷେତ୍ର ପାଇଁ ସକରାତ୍ମକ ଭାବେ ବିଚାର କରିବାକୁ ଦାବୀ କରିଥିଲେ। ବିତରକ ମାନଙ୍କ ସାମାଜିକ ସୁରକ୍ଷା, ଶ୍ରମିକ ର ମାନ୍ୟତା, ଖବରକାଗଜ ମାନଙ୍କ ଅନୁଦାନ, ସ୍ଵାସ୍ଥ୍ୟ ବୀମା, ସରକାରୀ ମାନ୍ୟତା ଓ ପରିଚୟପତ୍ର ପ୍ରଭୂତି ଦାବି ଉପରେ ପଦକ୍ଷେପ ନେବାକୁ ଆହ୍ବାନ କରିଥିଲେ।
ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ଦୁର୍ଗା କୋଲେ, ଅଶୋକ ବିଶ୍ଵାଳ,ଯୁଗଳ ଘୋଷ, ଶୁଭେନ୍ଦୁ ପାତ୍ର,ଶୈଳେନ୍ଦ୍ର ପାଗଳ, ରାଜକିଶୋର ନାୟକ, ନିରଞ୍ଜନ ଦାସ, ମହେଶ୍ୱର ସ୍ବାଇଁ, ନୀଳମଣି ନନ୍ଦ, କାଶୀନାଥ ସାହାଣୀ ପ୍ରମୁଖ ଙ୍କୁ ୟୁନିୟନର ସଭାପତି ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି ଓ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।