କାଶୀପୁର ବ୍ଲକରେ ପାସ୍ହାର ୯୬ ପ୍ରତିଶତ ; କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିବ୍ୟଦର୍ଶନି ନାଏକ ବ୍ଲକ ଟପର
ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର,ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍ ହାର ୯୬.୦୭% ରହିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପାସ୍ ହାର ୯୬.୧୪ ଶତକଡା ରହିଛି।କାଶୀପୁର ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଦୀବ୍ୟଦର୍ଶନି ନାଏକ ୪୯୬ ନମ୍ବର ରଖୀ କାଶୀପୁର ବ୍ଲକ ଟପର ହେବା ସହ ବିଦ୍ୟାଳୟ ଏବଂ କାଶୀପୁର ବ୍ଲକର ଗୌରବ ବୃଦ୍ଧି କରିଛନ୍ତି।ସେହିପରି କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,କୋଡିପାରି,ଯୋଡାଆମ୍ବ,ତଳଝିରି,ସୁଙ୍ଗେର,ମିନାଖୁଣ୍ଟି,ଗୋରଖପୁର,ଡଙ୍ଗାସିଲ,ମାଇକଞ୍ଚ,ହାଡିଗୁଡା,ଥୁଟିବର ସରକାରି ବିଦ୍ୟାଳୟରେ ଶତପ୍ରତିଶତ ପାସହାର ହୋଇଛି।