କେନ୍ଦୁପାଟଣାରେ ବିଜେଡ଼ିର ଆଶିର୍ବାଦ ସମାବେଶ : ବିଜେଡିକୁ ଜିତାଇ ପଞ୍ଚାୟତର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ l

2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁପାଟଣା ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ଆଶିର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି । ଯୁବନେତା ଭବାନୀଶଙ୍କର ମଲ୍ଲଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ବିଗତ ୨୪ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବହୁ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ବାପା ବିଧାୟକ ପ୍ରତାପ ଜେନା ବିଗତ ୧୫ବର୍ଷରେ କେନ୍ଦୁପାଟଣା ପଞ୍ଚାୟତର ରାସ୍ତାଘାଟ ଠାରୁ ଆରମ୍ଭ କରି ଦେବାଦେବୀ ପୀଠର ଉନ୍ନତିକରଣ, ଆଲୋକୀକରଣ, ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ କରି ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏହି ପଞ୍ଚାୟତରୁ ବିଜେଡ଼ି ସବୁବେଳେ ସର୍ବାଧିକ ଭୋଟ ପାଉଥିବାବେଳେ ଏହାକୁ ବ୍ଲକ ମଧ୍ୟରେ ୧ନଂ ପଞ୍ଚାୟତ ଭାବେ ଗଠନ କରିବା ନିମନ୍ତେ ଯେଉଁ ସପ୍ନ ରହିଛି ତାହାକୁ ପୂରଣ କରିବାକୁ ହେଲେ ପଞ୍ଚାୟତ ବାସୀଙ୍କର ଆର୍ଶିବାଦ ଓ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଚଳିତ ନିର୍ବାଚନରେ ବିଜେଡ଼ିର ସାଂସଦ ଓ ବିଧାୟକ ପ୍ରାର୍ଥୀଦ୍ଵୟଙ୍କୁ ଦୁଇଥର ସୁଇଚ୍ ଟିପି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ ଲାଭ କଲେ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ପ୍ରକାଶ କରିଥିଲେ । ଏଥିରେ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଉପାଧକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ବିପ୍ଲବ କାପ, ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ନେତା ବିବେକାନନ୍ଦ ବେହେରା, ସରପଞ୍ଚ ପ୍ରଗତିପ୍ରଭା ମହାନ୍ତି, ସମିତିସଭ୍ୟା ଭାରତୀ ରାଉତ, ନାଏବ ସରପଞ୍ଚ ଫଗୁଣ ସାହୁ, ମହିଳା ସଂଘର ସଭାନେତ୍ରୀ କନକଲତା ଭୂୟାଁ, ଶାରଦା ପ୍ରସନ୍ନ ନାୟକ, ଯଦୁମଣୀ ସାହୁ, ଲିପୁ କୁମାର ମଲ୍ଲ, ପ୍ରେମାନନ୍ଦ କବି, ପଞ୍ଚାୟତ ସଭାପତି କେଳୁଚରଣ ସାହୁ ପ୍ରମୁଖ ଯୋଗ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ରାଉତ ,ରଙ୍ଗଲତା ବେହେରା, ଶାନ୍ତିଲତା ପାତ୍ର, ପୂର୍ବତନ ସମିତିସଭ୍ୟା ବାସନ୍ତୀ ସାହୁ, ସଭ୍ୟ ଶୁକଦେବ ସେଠୀଙ୍କୁ ପ୍ରାର୍ଥୀ ଶ୍ରୀ ଜେନା ସମ୍ବନ୍ଧିତ କରିଥିଲେ ।

Leave A Reply

Your email address will not be published.