ବାତ୍ୟା ରେମାଲ ଭୟ, ଶହ ଶହ କ୍ୟୁଣ୍ଟାଲ୍ ମକା ପଡି ରହିଛି କ୍ଷେତରେ, ଚିନ୍ତାରେ ଚାଷୀ

1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୬/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଚଳିତ ଋତୁରେ ଭଲ ମକା ଫସଲ ହୋଇଛି। ଚାଷୀ ମାନେ ମକା ଅମଳ କରି ନିଜ ଖୋଳା,ରାସ୍ତା, ଓ କ୍ଷେତରେ ସାଇତି କରି ରଖିଛନ୍ତି। ମକା ଶୁଖିବା ପରେ ମିଲିଂ କରି ବିକ୍ରୀ କରିବେ। ତେବେ ଚାଷୀ ମାନଙ୍କ ପ୍ରତି ବିପଦ ଦେଖା ଦେଇଛି ବାତ୍ୟା “ରେମାଲ” ଆଜି ସକାଳୁ ମେଘୁଆ ପାଗ ରହିଥିବା ବେଳେ ବ୍ଲକ ର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଗ୍ରୀଷ୍ମ ଋତୁରେ ଅଚାନକ ଅଦିନିଆ ବର୍ଷା ଯୋଗୁ ମକା ଚାଷୀ ଆତଙ୍କିତ ହୋଇଯାଇଛନ୍ତି। ମକା ଭଲ ଅମଳ ପରେ ବିକ୍ରି ପାଇଁ ବାଟ ଚାହିଁ ରହିଥିବା ଚାଷୀ ଙ୍କୁ ବାତ୍ୟା ରେମାଲ ର ଭୟ ଘାରିଛି। ଚାଷୀ ମାନେ ଉଚ୍ଚ ସ୍ଥାନ, ପିଚୁ ରାସ୍ତା, ପଥର ଥିବା ସ୍ଥାନ ମାନଙ୍କରେ ମକା ରଖିଥିବା ବେଳେ ପଲିଥିନ ଢାଙ୍କି ରଖିଛନ୍ତି। ବର୍ଷା ପାଣି ମକା ରେ ପଶିଗଲେ ମକା ଗଜା ହେବା ସହ ମକା ଦର କମ୍ ହେବାର ସମ୍ଭାବନା ଦେଖା ଦେଇଥିବାରୁ ଚାଷୀ ମାନେ ଭଗବାନ ଭରସାରେ ରହିଛନ୍ତି। ବିଶେଷ କରି ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଂଚାୟତରେ ସର୍ବାଧିକ ରବି ମକା ଚାଷ ହେଉଥିବା ବେଳେ ପ୍ରଶାସନ କିମ୍ବା କୃଷି ବିଭାଗ ତରଫରୁ ଚାଷୀ ଙ୍କୁ ବାତ୍ୟା ନେଇ କୌଣସି ପୂର୍ବ ସୂଚନା ଦେଇ ନ ଥିବାରୁ ଏ ଅଂଚଳ ର ଅଶିକ୍ଷିତ ମକା ଚାଷୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନିଜ ସକ୍ଷମ ଅନୁଯାୟୀ ନିଜ ମକା କୁ ନିଜେ ସୁରକ୍ଷା ଦେବା ପାଇଁ ଜଗି ରହିଛନ୍ତି।

Leave A Reply

Your email address will not be published.