ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦର ବାର୍ଷିକ କ୍ରୀଡାଉତ୍ସବ ଡିସେମ୍ବର ୩ ଓ ୪ 

0

ବଲାଙ୍ଗିର ୧୩/୧୧-ଆସନ୍ତା ଡିସେମ୍ବର ୩ ଓ ୪ ତାରିଖ ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ କ୍ରୀଡା ସଂସଦର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ  କ୍ରୀଡାନୁଷ୍ଠାନ , ବିଦ୍ୟାଳୟ, ମହାବିଦ୍ୟାଦଳୟ, କ୍ଳବ, ଏବଂ ବ୍ୟକ୍ତିଗତ କ୍ରୀଡାବିତ ମାନେ ଚଳିତ ନଭେମ୍ବର ମାସ ୨୦ତାରିଖ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ସକାଶେ ନିର୍ଦ୍ଧାରିତ ଫର୍ମରେ ଷ୍ଟାଡିୟମର କାର୍ଯ୍ୟାଳୟରେ କିମ୍ବା ସଂସଦର କ୍ରୀଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ଠାରେ ଦାଖଲ କରିବା ପାଇଁ ସଂଘ ପକ୍ଷରୁ ସୁଚନା ଦିଆଯାଇଛି । କ୍ରୀଡାବିତ ମାନେ ଫର୍ମ ସହିତ ଜନ୍ମଦିନ, ମାସ, ବର୍ଷ ସୁଚିତ ଥିବା ଆଧାରକାର୍ଡ / ସ୍କୁଲ, କଲେଜ ପରିଚୟପତ୍ର / ମେଟ୍ରିକ ପାସ ବୋର୍ଡ ସାଷ୍ଟିଫିକେଟ (ଯେ କୌଣସି ଗୋଟିଏ ) ନଥିକରି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଫର୍ମ ଦାଖଲ ନକଲେ ପୁନଶ୍ଚ ଫର୍ମ ଗ୍ରହଣ କରାଯିବ ନାହିଁ ବୋଲି ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ସୁତ୍ରରୁ ପ୍ରକାଶ । 

Leave A Reply

Your email address will not be published.