ବାସୁଦେବପୁର : ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଓ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କ ନିର୍ବାଚନୀ ସଭା ଅନୁଷ୍ଟିତ ହୋଇ ଯାଇଛି। ବିଭିନ୍ନ ସ୍ଥାନ ରେ ନିର୍ବାଚନୀ ସଭା ରେ ଓଡ଼ିଶା ରେ ବିଜେପି ସରକାର ଗଢିବି ପାଇଁ ଭୋଟର ମାନଙ୍କୁ ମୋଦିଜୀଙ୍କ ଉନ୍ନତିମୂଳକ ଯୋଜନା ବିଷୟରେ ଅବଗତ କରିଥିଲେ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ। ଏହି କ୍ରମରେ ବିଜେପି ର ଭୋଟ ବଢାଇବାକୁ ଏବଂ ଭୋଟର ମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସଭାସମିତି ମାଧ୍ୟମରେ ଭାରତ ସରକାର ଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କୁ ବଖାଣିଥିଲେ। ଭୋଟର ମାନଙ୍କୁ ଆକୃଷ୍ଟ କରି ନିଜ ଦଳ ସପକ୍ଷରେ ଭୋଟ ଆଣିବା ପାଇଁ ଦିନ ରାତି ମାରାଥନ୍ ନିର୍ବାଚନୀ ସଭା ଆରମ୍ଭ କରିଦେଇଛନ୍ତି ବିଜେପି ପ୍ରାର୍ଥୀ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ତ୍ବେ ଗ୍ରୀଷ୍ମ ର ତତଲା ତାତି କୁ ଖାତିରି ନକରି ନିଜ ଦଳ ସପକ୍ଷରେ ପ୍ରଚାର ଓ ପ୍ରସାର ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ ର ନେତା।ଏହି ପ୍ରରିପେକ୍ଷି ରେ ବାସୁଦେବପୁର ବିଜେପି ଦଳର ବିଧାନସଭା ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଏବଂ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିଜର ପ୍ରଚାର ଆରମ୍ଭ କରିଦେଇଥିବା ଦେଖାଯାଉଛି। ଶୁକ୍ରବାର,ଶନିବାର ଦିନ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ବିଭିନ୍ନ ୱାର୍ଡ ରେ ଅନୁଷ୍ଟିତ ହୋଇ ଯାଇଛି। ଶହ ଶହ ସଂଖ୍ୟା ରେ ଲୋକ ମାନେ ସଭା ରେ ଉପସ୍ଥିତ ରହୁ ଥିବାର ଦେଖାଯାଉଛି। ଚଳିତ ନିର୍ବାଚନ ରେ ବାଣୀ କଲ୍ୟାଣ ଓ ଅଭିମନ୍ୟୁ ବିପୁଳ ଭୋଟ ରେ ବାଜି ମାତ କରିବେ ବୋଲି ସମର୍ଥକ ମାନେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.