ଧର୍ମେନ୍ଦ୍ରଙ୍କୁ ତାଙ୍କ ଭାଷାରେ ଜବାବ ଦେଲେ ବବି

2

“ଯିଏ ନିଜ ମତଲବ ପାଇଁ ବାପାଙ୍କୁ ତାଲା ପକାଇ ଟିକଟ ନିଅନ୍ତି ତାଙ୍କ ଅଶାଳୀନ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବିସ୍ମିତ ନୁହନ୍ତି”

ଭୁବନେଶ୍ୱର : “ଯିଏ ନିଜ ମତଲବ ପାଇଁ ବାପାଙ୍କୁ ତାଲା ପକାଇ ଟିକଟ ନିଅନ୍ତି ତାଙ୍କ ଅଶାଳୀନ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବିସ୍ମିତ ନୁହନ୍ତି” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଜାନନ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ସେ ଆଜି ତାଙ୍କ ଏକ୍ସ (X) ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ଯେ @dpradhanbjp ଭାଇ, ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୈାଣସି ବି କ୍ଷେତ୍ରରେ, ସଭିଏଁ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି। ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ, ଦେଶରେ ସମ୍ମାନସ୍ପଦ ପରିଚୟ ଦେଇଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ” ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହିଆସିଛି। ଯାହାକୁ ସବୁ ଦଳର ରାଜନେତା ପାଳନ କରିଆସିଛନ୍ତି। ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଆପଣ ଯେଉଁଭଳି ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ଏହା କାହାକୁ ଆଶ୍ଚର୍ଯ୍ୟ କରୁନାହିଁ।
କାରଣ, ଯିଏ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କ’ଣ ବା ଆଶା କରାଯାଇପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ, ଏତିକି ପ୍ରାର୍ଥନା।”

Leave A Reply

Your email address will not be published.