ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଭଞ୍ଜନଗର ଅଞ୍ଚଳ ର ସର୍ବ ପ୍ରଥମ ପଞ୍ଜିକୃତ ଅଗ୍ରଣୀ ସାମ୍ବାଦିକ ସଂଗଠନ “କବିସମ୍ରାଟ ମିଡ଼ିଆ କ୍ଲବ” ର ବନ୍ଧୁ ମିଳନ ଉତ୍ସବ ଆଜି ମେ ମାସ ୨୬ ତାରିଖ ରବିବାର ୨୦୨୪ ରେ ଭଞ୍ଜନଗର ବନ ବିହାର ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ଉତ୍ସବ ରେ ସଂଘ ର ସମସ୍ତ ସଭ୍ୟ ଓ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ତଥା ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ୱାଇଁ ଙ୍କ ଦ୍ଵାରା ସମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ବାଦ ଓ ସାମ୍ବାଦିକତାର ମହତ୍ଵ ତଥା ପରିବେଷଣ ଶୈଳୀ ବିଷୟରେ କହିଥିଲେ। ଅନୁଷ୍ଠାନ ର ଉପସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ମହାପାତ୍ର ସଂଘ ର କାର୍ଯ୍ୟକ୍ରମ ଓ ଆଗାମୀ ଦିନ ମାନଙ୍କରେ କେଉଁ ସବୁ କାର୍ଯ୍ୟ ପନ୍ଥା ସବୁ ଅବଲମ୍ବନ କରାଯିବ ସେ ବିଷୟରେ ସୂଚନା ଦେଇଥିଲେ। ଅନୁଷ୍ଠାନ ର ସମ୍ପ।ଦକ ଶ୍ରୀ ଚିନ୍ମୟ ବେବର୍ତ୍ତା ସଭ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।ଅନୁଷ୍ଠାନ ର ସହ ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା ଓ କୋଷାଧ୍ୟକ୍ଷ ଶ୍ରୀ ସମୀର ମହାପାତ୍ର ସଭା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ ,କବିସମ୍ରାଟ ମିଡିଆ କ୍ଲବ ଘୁମୁସର ଅଞ୍ଚଳର ପ୍ରଥମ ପଞ୍ଜିକୃତ ସାମ୍ବାଦିକ ସଙ୍ଘ, ଯେଉଁଠି ସାମ୍ବାଦିକ ମାନଙ୍କ ଅଧିକାର, ସମସ୍ୟା ତଥା ସମାଜିକ ଉନ୍ନତି ମୁଳକ କାର୍ଯ୍ୟ କରିବା ସହ ଭଞ୍ଜନଗର ତଥା ଅନ୍ୟ ବ୍ଲକ ,ପଡୋଶୀ ଜିଲ୍ଲା ମାନଙ୍କ ରୁ ମଧ୍ୟ ନୂତନ ସାମ୍ବାଦିକ ବନ୍ଧୁ ମାନଙ୍କୁ ଏହି ଅନୁଷ୍ଠାନ ରେ ସଭ୍ୟ ରୁପେ ଗ୍ରହଣ କରାଯିବ। ଆଜିର ଏହି ବନ୍ଧୁ ମିଳନ ଉତ୍ସବ କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ, ସୋରଡା ଅଞ୍ଚଳ ର ବିଭିନ୍ନ ସଭ୍ୟ ଯୋଗଦେଇ ଥିଲେ।