କଟକ ସଦର ନିର୍ବାଚନ ମଣ୍ଡଳୀରେ ୬୦ଟି ବୁଥରେ ଶୃଙ୍ଖଳିତ ଭୋଟ ଗ୍ରହଣ ଶେଷ l

2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶନିବାର ଦିନ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଳକର ୧୪ଗୋଟି ପଞ୍ଚାୟତରେ ମୋଟ୍ ୬୦ ଟି ବୁଥ୍‌ରେ ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ କରାଯାଇଛି । ଭୋଟ ଆରମ୍ଭରୁ ଅଳ୍ପ କେତୋଟି ବୁଥରେ ଇଭିଏମର ସାମାନ୍ୟ ତ୍ରୁଟି ଯୋଗୁଁ ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିଲା । ଭୋଟ ଗ୍ରହଣ ସମୟ ପୂର୍ବାହ୍ନ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ସୀମା ରହିଥିବା ବେଳେ ବହୁ ବୁଥରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଟ ଗ୍ରହଣ ଶେଷ ହୋଇନଥିଲା । କେତେକ ବୁଥରେ ଭୋଟରମାନେ ଖରାରେ ଧାଡ଼ିରେ ଠିଆ ହୋଇ ଭୋଟ ଦେବାକୁ ଅପେକ୍ଷା କରି କଷ୍ଟ ଅନୁଭବ କରିଥିବାରୁ ଅସନ୍ତୋଷ ପ୍ରକଟ କରିଛନ୍ତି । ପ୍ରଶାସନ ପକ୍ଷରୁ ବୁଥ୍ ଗୁଡ଼ିକ ବାହାରେ ପାଲ ଟଣା ହୋଇନଥିବାରୁ ପ୍ରବଳ ଖରାରେ ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ଆଉଟପାଉଟୁ ହୋଇଥିବାର ଦେଖାଯାଇଥିଲା । ଏହି ୬୦ଟି ବୁଥ୍ ମଧ୍ୟରୁ ଆଦୌ ଉତେଜନା ପ୍ରବଣ ବୁଥ୍ ନଥିବା ବେଳେ ମୋଟ୍ ୧୯ଟି ବୁଥରେ ଗଣ୍ଡଗୋଳକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ସିସି କ୍ୟାମେରା ଲାଗିଥିବା ଜଣାଯାଇଛି । ଏହି ୧୪ଟି ପଞ୍ଚାୟତରେ ମୋଟ୍ ଭୋଟର ସଂଖ୍ୟା ୫୪ହଜାର ୬୧୫ ହୋଇଥିଲା ବେଳେ ମହିଳା ଭୋଟର ସଂଖ୍ୟା ୨୬ହଜାର ୩୫୬, ପୁରୁଷ ଭୋଟର ସଂଖ୍ୟା ୨୮ହଜାର ୨୫୭ ଏବଂ ୨ଜଣ ତୃତୀୟ ଲିଙ୍ଗ ଭୋଟର ତାଲିକାରେ ରହିଥିଲେ l ଏହି ୧୪ଟି ପଞ୍ଚାୟତରେ ଆନୁମାନିକ ୭୦% ପୋଲିଂ ହୋଇଥିବା ଜଣାଯାଇଛି l

Leave A Reply

Your email address will not be published.