ଜଗତସିଂହପୁର ଜିଲ୍ଲାରେ ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଜାରି

2

ଜଗତସିଂହପୁର,ତା-୨୫.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜୁନ୍ 1 ତାରିଖ ରେ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଯେଉଁମାନେ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପାଇଁ ଜିଲ୍ଲା ରେ 20 ଟି ଫାସିଲିଟେସନ ସେଣ୍ଟର ଖୋଲାଯାଇଛି, ଯେଉଁଠାରେ ଏହି ପଞ୍ଜୀକୃତ ଭୋଟର ମାନେ ମତଦାନ କରିପାରିବେ। ଜିଲ୍ଲା ରେ ଗତ 23 ତାରିଖ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଯେଉଁଥିରେ ଆବଶ୍ୟକୀୟ ସେବା ଯଥା ସ୍ୱାସ୍ଥ୍ୟ ସେବା, ପୋଲିସ ସେବା, ବିଦ୍ୟୁତ ସେବା, ଅଗ୍ନିଶମ ସେବା ଓ ଗଣମାଧ୍ୟମ ପ୍ରତିନିଧି,ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ପ୍ରମୁଖ ନିଜର ମତଦାନ କରିଛନ୍ତି।ଜିଲ୍ଲାରେ ପୋଷ୍ଟାଲ ଭୋଟ ଜରିଆରେ ଭୋଟ ଦେବାକୁ ମୋଟ 6098 ଜଣ ପଞ୍ଜିକୃତ ହୋଇଛନ୍ତି। ଗତକାଲି ସୁଦ୍ଧା 2270 ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ ଜରିଆରେ ମତଦାନ କରିଛନ୍ତି।ପୋଷ୍ଟାଲ ହୋମ ଭୋଟିଙ୍ଗ ଜରିଆରେ ଜିଲ୍ଲାରେ 676 ଜଣ ବୟସ୍କ ନାଗରିକ ମାନେ ମତଦାନ କରିବା ପାଇଁ 37 ଗୋଟି ହୋମ ଭୋଟିଙ୍ଗ ଟିମ ନିୟୋଜିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଶୃଙ୍ଖଳିତ ଭାବେ ପୋଷ୍ଟାଲ ଭୋଟିଂ ଜରିଆରେ ନିଜର ମତଦାନ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ପୋଷ୍ଟାଲ ଭୋଟିଂ ନୋଡାଲ ଅଫିସର ଶ୍ରୀ ବିବୁଧ ଗଡନାୟକ ଙ୍କ ତତ୍ତ୍ୱାବଧାନରେ ଆଜି ଏହି ଭୋଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.