(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ସୁନାମଧନ୍ୟ ରାଜନୀଗଡ ତଥା ବିକାଶ ଶୀଳ ବୋଲାଉଥିବା ଖଲ୍ଲିକୋଟ ର ଶ୍ରୀ ଜଗନ୍ନାଥ ମନ୍ଦିର ଏବେ ଅଵହେଳିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଯଦି ଓ ଏହା ଏଣ୍ଡୋମେଣ୍ଟ ବୋର୍ଡ
କୁ ହସ୍ତାନ୍ତର କରାଯାଇଛି । ତାହା ହେଲେ ଓଡ଼ିଶା ର ସବୁ ମନ୍ଦିର କୁ ଅନୁଦାନ ଅର୍ଥ ମଞ୍ଜୁର କରିବା ପରିଲକ୍ଷିତ ହୋଇଛି । ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର ବାଦ ପଡିଲେ କିପରି ? । ଖଲ୍ଲିକୋଟ ର ଏଣ୍ଡୋମେଣ୍ଟ ବୋର୍ଡ ରେ ଥିବା ସଦସ୍ୟ ମାନେ ଏହାରି ଉପରେ କାହିଁ କି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେନାହିଁ ? । ସରକାର ଯାହା ମନ୍ଦିର ର ମରାମତି ପାଇଁ ଅନୁଦାନ ଅର୍ଥ ମଞ୍ଜୁର କରିଥିଲେ , ତାହା “ସମୁଦ୍ର କୁ ଶଙ୍ଖେ ପାଣି” ବୋଲି ଜନସାଧାରଣ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଜନଶ୍ରୁତି ଜଣାପଡିଛି ।
କିନ୍ତୁ ଏହା ଓଡ଼ିଶା ର ଦ୍ବିତୀୟ ବୃହତ୍ତମ ମନ୍ଦିର କହିଲେ ଅତ୍ୟୁକ୍ତି ହେବ ନାହିଁ। “ଦୀପ ତଳେ ଅନ୍ଧାର” । ରାତି ପାହିଲେ ଏଠାକୁ ପ୍ରତିଦିନ ବହୁସଂଖ୍ୟକ ଭକ୍ତଙ୍କ ଭିଡ ଲାଗିଥାଏ। ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଯେ, ବାଉଁଶ ଚାର ବାନ୍ଧି ମନ୍ଦିର ମରାମତି କାମ ଚାଲିଥିଲା । ଅନୁଦାନ ରାଶି ସରି ଯିଵାରୁ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ମନ୍ଦିର ର ଚତୁଃପାର୍ଶ୍ଵରେ ବେଷ୍ଟିତ ହୋଇଛି ଅନାବନା ଗଛଲତା । ହେଲେ ନଜର ପଡୁନି ମନ୍ଦିର ଦାୟିତ୍ୱରେଥିବା ଉଚ୍ଚ କତ୍ତୃପକ୍ଷ ମାନଙ୍କ ର, ଏକି ଶାସନ।
ମନ୍ଦିର ର ବାଉଁଶ ଚାର ଫିଟା ନହୋଇ ସେହିପରି ରହିଛି। ଯାହା ଫଳରେ କି ବାଉଁଶ ଚାର ଗୁଡ଼ିକ କୋ ମୂହୁର୍ତ୍ତ ରେ ଛିଣ୍ଡି ପଡ଼ିବ କହିହେବ ନାହିଁ। ତେବେ ଏନେଇ ଭକ୍ତମାନଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ତେଣେ ନଜର ପଡୁନି ଗ୍ରୃପ ଅଫ୍ ଟେମ୍ପୁଲର । ଏ ପରିପ୍ରେକ୍ଷୀରେ କହିବାକୁ ଗଲେ ଖଲ୍ଲିକୋଟ ରେ ଚାଲିଛି ଅରାଜକତା।
Sign in
Sign in
Recover your password.
A password will be e-mailed to you.