ଏନ୍‌ଜିଓ ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟାକାଣ୍ଡ ମାମଲା , ଦୁଇ ଜଣଙ୍କ ସାକ୍ଷ ଗ୍ରହଣ ,ଜୁଲାଇ ୧ ରେ ପରବର୍ତ୍ତୀ ଶୁଣାଣି

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଗୁଣପୁର ସ୍ଥିତ ‘ଆଶା’ ଏନ୍‌ଜିଓ ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଶୁଣାଣୀର ଚତୁର୍ଥ ଦିବସରେ ଦୁଇ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏହି ସମ୍ପର୍କରେ ସରକାରୀ ଓକିଲ ରାଜେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଉପଖଣ୍ଡ ହାସପାତଳରେ ମୃତ ଗୌରୀର ଶବକୁ ପୁଲିସ ମାଇନା କରିବା ବେଳେ ଉପସ୍ଥିତ ଥିବା ଆଶା ଏନଜିଓ କର୍ମଚାରୀ ପାତ୍ରୀ ବେଣୁ ଗୋପାଳ ରାଓଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ପୁଲିସ ଗୋୖରୀ ଘରରୁ ସାମସାଙ୍ଗ ମୋବାଇଲ ସହ ଅଭିଯୁକ୍ତ ଆର ଜଗନ୍ନାଥମ ଓ ଗୋୖରୀ ମଧ୍ୟରେ ହୋଇଥିବା ଚୁକ୍ତିପତ୍ରକୁ ତାଙ୍କ ସାନଭାଇ ପ୍ରଦୀପ ମିଶ୍ରଙ୍କ ନିକଟରୁ ଜବତ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଏନଜିଓ ସଂସ୍ଥାର କର୍ମଚାରୀ ଗୋକୁଳ ପଣ୍ଡାଙ୍କ ସାକ୍ଷଙ୍କ ବୟାନ ଗ୍ରହଣ କରିଥିଲେ। ଏହି ମାମଲାରେ ମୋଟ ୨୫ ଜଣ ସାକ୍ଷୀ ରହିଥିବା ବେଳେ ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବ ବୋଲି ସରକାରୀ ଓକିଲ ଶ୍ରୀ ସାହୁ କହିଛନ୍ତି। ମଙ୍ଗଳବାର ଦିନ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହେବାର ଥିଲା। କୌଣସି କାରଣରୁ ସେମାନେ ଆଜି ଅନୁପସ୍ଥିତ ରହିଥିବା ବେଳେ ଆଜି ଦୁଇ ଜଣଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା।

 

Leave A Reply

Your email address will not be published.