ସୁକରପଡ଼ାରେ ବିଜେଡ଼ି ଆର୍ଶିବାଦ ସମାବେଶ

2

 ବିକାଶମୂଳକ କାର୍ଯ୍ୟକୁ ଅଧିକରୁ ଅଧିକ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l


(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ମନୋଜ କୁମାର ମଲିକଙ୍କ ସଭାପତିତ୍ୱ ଏବଂ ପୂର୍ବତନ ସମିତିସଭ୍ୟ କଲାମ ଖାଁଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଏଥର ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଏକ ଇତିହାସ ରଚିବାକୁ ଯାଉଛନ୍ତି । ସୁକରପଡ଼ା ପଞ୍ଚାୟତକୁ ବିକାଶ ଦିଗରେ ଅଗ୍ରଗତି କରିବାକୁ ହେଲେ ବିଜେଡ଼ିର ଦୁଇ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ପଞ୍ଚାୟତ ବାସୀଙ୍କର ସହ‌ଯୋଗ ଓ ଆର୍ଶିବାଦ କାମନା କରିଥିଲେ । ବିଜେଡ଼ି କୃଷକ ସଂଗଠନର ସଭାପତି ଜ୍ୟୋତିପ୍ରକାଶ ସାଇଁ, ପଞ୍ଚାୟତ ସଭାପତି କୈଳାସ ସାଇଁ, ବ୍ଲକ ଉପାଧକ୍ଷ ଅଶୋକ ଓଝା, ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲିକ, ସେକ୍ ବୁରାନ୍, ମନୋରଂଜନ ସିଂ, ସେକ୍ ଅଜିମୁଦ୍ଦିନ୍ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ ।

Leave A Reply

Your email address will not be published.