ସୁବର୍ଣ୍ଣ ଜୟନ୍ତୀ ଓ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳନ

2

ଭବାନୀପାଟଣା(ଶାସକ ପ୍ରଶାସକ ) ମ,ରାମପୁର ବ୍ଲକ ରେ ସନ୍ତ କବି ଭୀମ ଭୋଇ ଜୟନ୍ତୀ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ ପବିତ୍ର ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହା ସହିତ ଭୀମ ଭୋଇଙ୍କ ସ୍ମୃତିରେ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ସୁମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ସନ୍ତୋଷ କୁମାର ଦୁବେ, ରମାକାନ୍ତ ପ୍ରହରାଜ ଗାନକରି ସମସ୍ତଙ୍କୁ ମନମୁଗ୍ଧ କରିପାରିଥିଲେ । ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ଼ଃ ରାଜେଶ କୁମାର ସାହୁ ଭୀମ ଭୋଇଙ୍କ ସାହିତ୍ୟିକ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାଵରେ ସହକାରୀ ବନ ସଂରକ୍ଷକ, (ମ,ରାମପୁର ରେଞ୍ଜ )ଅସିତ କୁମାର ଦାସ ସନ୍ଥକବିଙ୍କ ଜନ୍ମ ଜୟନ୍ତୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଂସଦ ର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବିତା ଆସର ଟି କୁ ଅତି ସୁନ୍ଦର ଭାବରେ କବୟିତ୍ରୀ ପଲ୍ଲବୀ ଦାସ ଓ କବି ନବଘନ ସାହୁ ପରିଚାଳନା କରି ସମସ୍ତ ସ୍ରୋତା ଓ ପାଠକ ପାଠିକାଙ୍କୁ ଆସରରେ ବାନ୍ଧି ରଖିଥିଲେ । ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ତିରିଶ ଜଣ କବି ନିଜ ନିଜ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ କବି କବୟିତ୍ରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ସାହିତ୍ୟ ସନ୍ଧ୍ୟାକୁ ବେଶ୍ ଆବେଗମୟ କରିବାରେ ସହଯୋଗ କରିଥିଲେ । ପରିଶେଷରେ ପବନ କୁମାର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ଶିଖର ଯାଏଁ ପହଞ୍ଚେଇବା ସକାଶେ ବରିଷ୍ଠ ସଦସ୍ୟ ଉଦୟ ନାୟକ, ପରମାନନ୍ଦ ବିଶି, ମାନସ ରଞ୍ଜନ ପ୍ରହରାଜ,ରାକେଶ ଶତପଥି, ରିତେଶ ଶତପଥୀ ,ସୁଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.