(ମାହାଙ୍ଗା-ଶାସକ ପ୍ରଶାସକ): ବିଜେଡି ଦଳରେ ରହି ବିଜେଡି ପାଇଁ କାର୍ଯ୍ୟ କରିବା ବଦଳରେ ନାନା ପ୍ରକାର ଦଳ ବିରୋଧୀମୂଳକ କାର୍ଯ୍ୟ କରିବା ମହଙ୍ଗା ପଡିଲା l ଦଳ ବିରୋଧି କାର୍ଯ୍ୟ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁହୁଣ୍ଡା ପଞ୍ଚାୟତର ସମିତିସଭ୍ୟା ସୁପ୍ରଭା ସାମଲ ଓ ତାଙ୍କ ସ୍ବାମୀ ତଥା ବିଜେଡି ନେତା ଅଖିଳେଶପଦ ମହାନ୍ତିଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି l ଏନେଇ ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଥାଉକି ସୁପ୍ରଭା ସାମଲ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ହେଲେ ନିର୍ବାଚିତ ହେଲା ପରେ ବିଜେଡି ଦଳରେ ରହି ଲୋକମାନଙ୍କ ପାଇଁ କାର୍ଯ୍ୟ କରିବା ବଦଳରେ ବିଜେଡି ଦଳ ବିରୁଧରେ କାର୍ଯ୍ୟ କରିଥିଲେ ଯାହାପାଇଁ ସମିତିସଭ୍ୟା ସୁପ୍ରଭା ସାମଲ ଏବଂ ତାଙ୍କ ସ୍ବାମୀ ତଥା କୁଣ୍ଡି କୃଷି ସମବାୟ ସମିତିର ସଭାପତି ଅଖିଳେଶପଦ ମହାନ୍ତିଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିବା ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post
Next Post