ଭବାନୀପାଟଣା(ଶାସକ ପ୍ରଶାସକ ) କଳାହାଣ୍ଡି, ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ର ବେତିଆପଡ଼ାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଅପରାହ୍ଣ ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା।ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ସବୁ ଉପୁଡ଼ି ପଡିଥିଲା ଏହି । ପରିପ୍ରେକ୍ଷୀରେ ବ୍ଳକର ବେନଗାଁ ପଞ୍ଚାୟତ ବେତିଆପଡା ଗାଁ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଦେଖୁବାକୁ ମିଳିଥିଲା।ବର୍ଷା ଯୋଗୁଁ ଗାଁର ରୁପଲି ମାଝୀ (୪୫) ଏକ ମହୁଲ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ପବନରେ ମହୁଲ ଗଛ ଭାଙ୍ଗି ଯିବା ଫଳରେ ଗଛ ତଲେ ଚାପି ହୋଇ ରୁପଲିଙ୍କ ମୃତ୍ୟୁ ଘଟିଥିଲା।ଆଜି ପୁଅ ରାମଚନ୍ଦ୍ର ମାଝୀ ବିଜେପୁର ଥାନାରେ ମାଆଙ୍କ ମୃତ୍ୟୁ କୁ ନେଇ ଲିଖୂତ ଅଭିଯୋଗ ପରେ ବିଜେପୁର ଥାନା ଅଧୂକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରି ଏକ ଓ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି
Sign in
Sign in
Recover your password.
A password will be e-mailed to you.