ଜିଗ୍ନୀପୁରରେ ବିଜେଡ଼ି କର୍ମୀ ବୈଠକ; ପଞ୍ଚାୟତର ଵିକାଶ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ l

2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଛୁଆଳିଆ ଓସ୍ତମୂଳ ଛକରେ ଜିଗ୍ନୀପୁର ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମୀ ବୈଠକ ଅନୁଷ୍ଠିତ ହୋଇଛି l ସରପଞ୍ଚ ତିଳୋତ୍ତମା ରାଉତଙ୍କ ସଭାପତିତ୍ଵ ଏବଂ ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ବିଜେଡ଼ି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଶକ୍ତିର ଦକ୍ଷତା ବିକାଶ ପାଇଁ ୧୦ ବର୍ଷରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛନ୍ତି , ୯୦ଭାଗ ପରିବାରକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ଼ କରିବା, ସୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପେନସନ ଯୋଗାଇଦେବା ଆଦି ଜନହିତକର ଯୋଜନା ଲୋକଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରିପାରିବ ବୋଲି ପ୍ରକାଶ କରିବା ସହିତ ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆଶୀର୍ବାଦ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ଅଶୋକ ଓଝା,ପଞ୍ଚାୟତ ବିଜେଡ଼ି ସଭାପତି ଧିରେନ୍ଦ୍ରନାଥ ବେହେରା, ଶିଳ୍ପପତି ଉତ୍ସବ ଭଞ୍ଜ, ସନ୍ତୋଷ ପ୍ରଧାନ, ପୂର୍ବତନ ସରପଞ୍ଚ ଜ୍ୟୋତିରଂଜନ ସାଇଁ, ବିଜେଡ଼ି ସଂଖ୍ୟାଲଘୁ ଜିଲ୍ଲା ଉପସଭାପତି ଜାକିର ଖାଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇ ଏଥର ବିଜେଡ଼ି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟ ପାଇଁ ସଂକଳ୍ପ ନେଇଥିଲେ l

Leave A Reply

Your email address will not be published.