ଗୋମାତାଙ୍କୁ ଗୁଳି ମାରି ଗିରଫ ହେଲେ ବିଜେଡ଼ି ନେତା।

2

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୂରଣ ଓଡ଼ାପଡ଼ା ଗ୍ରାମର ବାସିନ୍ଦା ଚାରୁଲତା ବେହେରାଙ୍କ ଚାରୋଟି ଗାଈକୁ ଏୟାର ଗନ୍ ସାହାଯ୍ୟରେ ସୀସା ଗୁଳି ମାରି ସେଇ ପଞ୍ଚାୟତର ବିଜେଡ଼ି ନେତା ତଥା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ପ୍ରତିନିଧି ଗୌତମ ପାଳିତ ଗିରଫ ହୋଇଛନ୍ତି।। ସ୍ବର୍ଗତ ବ୍ରଜରାଜ ବେହେରାଙ୍କ ପତ୍ନୀ ଚାରୁଲତା ବେହେରା ଗୋ ପାଳନ କରି ନିଜ ପରିବାର ପୋଷଣ କରନ୍ତି। ଗତ କାଲି ତାଙ୍କ ଗାଈ ଖୋଲା ବିଲରେ ଚରୁଥିବା ବେଳେ ପାଣି ପିଇବା ପାଇଁ ବିଜେଡ଼ି ନେତା ଗୌତମ ପାଳିତଙ୍କ ପୋଖରୀକୁ ଚାଲି ଯାଇଥିଲେ। ସେଇ ସମୟରେ ବିଜେଡ଼ି ନେତା ଜଣଙ୍କ ଏୟାର ଗନ ସାହାଯ୍ୟରେ ଗାଈ ଉପରକୁ ସୀସା ଗୁଳି ଚାଳନା କରିଥିଲେ।। ଏହି ସୀସା ଗୁଳି ଗାଇଙ୍କ ଶରୀରରେ ବାଜି ଶରୀର ସାରା କ୍ଷତ ସୃଷ୍ଟି କରିଥିଲା।। ଏହାକୁ ନେଇ ଚାରୁଲତା ବେହେରା ଥାନାରେ ଏତଲା ଦେଇଥିଲେ। ଏବଂ ଏହି ଗୁଳି ମାଡ଼ର ଶିକାର ହୋଇଥିବା ଗାଈଙ୍ପଶୁ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହୋଇଛନ୍ତି।ଏହି ଘଟଣାକୁ ନେଇ ରଘୁନାଥପୁର ଥାନା ଅଧିକାରୀ ବିଜେଡ଼ି ନେତାଙ୍କ ଵିରୁଦ୍ଧରେ ମାମଲା ରୁଜୁ କରି କାଲି ରାତିରେ ତାଙ୍କୁ ଗିରଫ କରିବା ସହ ବନ୍ଧୁକ ଯବତ କରିଛନ୍ତି।। ପୂର୍ବରୁ ମଧ୍ୟ ଏହି ନେତା ଜଣଙ୍କ ଗ୍ରାମ ବାସୀଙ୍କ ଗାଈ ଗୋରୁଙ୍କୁ ଗୁଳି ମାରି କ୍ଷତ ବିକ୍ଷତ କରିଦେବାର ଅଭିଯୋଗ ମଧ୍ୟ ରହିଛି।।ଏହାକୁ ନେଇ ଗରିବ ଗ୍ରାମ ବାସୀ ମାନେ ବାହୁବଳୀ ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଭୟ କରୁଥିବା ବେଳେ ଚାରୁଲତା ପରିବାର ପୋଷଣ କରୁଥିବା ଏକମାତ୍ର ମାଧ୍ୟମ ନିରୀହ ଗୋମାତାଙ୍କ ଉପରକୁ ଗୁଳି ମାଡକୁ ସହ୍ୟ ନ କରିପାରି ନ୍ୟାୟ ପାଇବା ଆଶାରେ ଆଇନର ଆଶ୍ରୟ ନେଇଛନ୍ତି । ଏୟାର ଗନ ସାହାଯ୍ୟରେ ଗୁଳି ମାଡ କରିଥିବା ବିଜେଡ଼ି ନେତା ଜଣଙ୍କ ରଘୁନାଥ ପୁର ଜୋନ ୧ର ପୂର୍ବତନ ଜିଲ୍ଲାପରିଷଦ ତଥା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ପ୍ରତିନିଧି ଥିବାବେଳେ ଚାରୁଲତା ନ୍ୟାୟ ପାଇବା ପାଇଁ ଆଶାବାନ୍ଧି ବସିଛନ୍ତି।

Leave A Reply

Your email address will not be published.