ରାଉରକେଲା:(ବସନ୍ତ କୁମାର ଜେନା): ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲାବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଯଶବନ୍ତ ସେଠୀ ଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀଯୁକ୍ତ ସୋମ୍ୟରଞ୍ଜନ ଗୋଛାୟତ ଓ ସହକାରୀ ବନ ସଂରକ୍ଷକ ଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ଶ୍ରୀଯୁକ୍ତ ରାମେଶ୍ୱର ନାୟକ, ବୟସ -୫୧ ବର୍ଷ, ଗ୍ରାମ – ବଡ଼ଗାଁଙ୍କ ଘରେ ସରଜମୀନ କରିବାରୁ ଦୁଇଗୋଟି ହାତୀ ଦାନ୍ତ ଯାହାର ଓଜନ ୩କି.ଗ୍ରା. ଉଦ୍ଧାର କରାଗଲା ଏବଂ ସେହି ଘରେ ବିରଜା ମୁଣ୍ଡା, ବୟସ – ୪୦, ଗ୍ରାମ – ଭାଲିଆଡିହି, ଥାନା -କେ. ବଲାଙ୍ଗ, ଜିଲ୍ଲା – ସୁନ୍ଦରଗଡ଼, ଖଗେଶ୍ୱର ମହାନ୍ତ, ବୟସ -୪୦, ଗ୍ରାମ – ଖିରେଇ ଟାଙ୍ଗିରି, ଥାନା – କେନ୍ଦୁଝର, ଜିଲ୍ଲା – କେନ୍ଦୁଝର, ପ୍ରକାଶ ଚନ୍ଦ୍ର ମହାକୁଡ଼, ବୟସ -୩୯, ଗ୍ରାମ- ଚକା, ଥାନା – କେନ୍ଦୁଝର, ଜିଲ୍ଲା – କେନ୍ଦୁଝର, ସୁଗୁଡା ହେମ୍ବରମ, ବୟସ -୩୪, ଗ୍ରାମ – ଖରିଆବାହାଲ, ଥାନା – କେ. ବଲାଙ୍ଗ, ଜିଲ୍ଲା – ସୁନ୍ଦରଗଡ଼, ରାମଚନ୍ଦ୍ର ପାତ୍ର, ବୟସ – ୬୧, ଗ୍ରାମ – ଧୂଙ୍ଗାରପଡା,ଥାନା – କେନ୍ଦୁଝର,ଜିଲ୍ଲା – କେନ୍ଦୁଝର,ସତ୍ୟାନନ୍ଦ ପାତ୍ର, ବୟସ -୫୧, ଗ୍ରାମ – ରଙ୍କି, ଥାନା – କେନ୍ଦୁଝର, ଜିଲ୍ଲା- କେନ୍ଦୁଝର , ପ୍ରୀତିକାନ୍ତ ମହନ୍ତ, ବୟସ -୨୭, ଗ୍ରାମ – ମନହରପୁର, ଜିଲ୍ଲା -ସୁନ୍ଦରଗଡ଼, ରଞ୍ଜନ ମହାନ୍ତ, ବୟସ – ୪୮, ଗ୍ରାମ – ମନହରପୁର, ଜିଲ୍ଲା – କେନ୍ଦୁଝର ଉପସ୍ଥିତ ଥାଇ କିଭଳି ଭାବରେ ପଇସା ରୋଜଗାର କରାଯିବ ସେ ବିଷୟରେ ଆଲୋଚନା କରୁଥିଲେ l ଯେହେତୁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ନିୟମ ଅନୁଯାୟୀ ହାତୀଦାନ୍ତ ଘରେ ରଖିବା ବେଆଇନ ଅଟେ l ଉକ୍ତ ବ୍ୟକ୍ତିଙ୍କୁ ବାଙ୍କୀ ବନାଞ୍ଚଳ ଙ୍କ ହେପାଜତ କୁ ଅଣାଯାଇ ବିଶେଷ ଭାବରେ ପୁଛତାଛ କରାଗଲା ଏବଂ ଏଥିରୁ ଜଣାପଡିଲା ଯେ ଯଶୋବନ୍ତ ପାତ୍ର ଓରଫ ଦୁଷ୍ମନ୍ତ ପାତ୍ର, ବୟସ -୫୮, ଗ୍ରାମ – ଗମ୍ଭାରୀଆ, ଥାନା – କେନ୍ଦୁଝର ଟାଉନ , ଜିଲ୍ଲା – କେନ୍ଦୁଝର ଏବଂ ବିଦ୍ୟାଧର ପାତ୍ର, ବୟସ -୪୮, ଗ୍ରାମ – ନାକୁଡା, ଥାନା – କରଞ୍ଜିଆ, ଜିଲ୍ଲା,- ମୟୁରଭଞ୍ଜ ମଧ୍ୟ ଉପର ଲିଖିତ ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତେଣୁ ସେମାନଙ୍କୁ ମଧ୍ୟ ବନ ବିଭାଗ ହେପାଜତକୁ ଅଣାଯାଇ ତାଙ୍କୁ ମଧ୍ୟ ପୂଛତାଛ କରାଗଲା l
ଉପର ଲିଖିତ ସମସ୍ତ ବ୍ୟକ୍ତି ହାତୀଦାନ୍ତ କାରବାର ରେ ଲିପ୍ତ ଥିବାରୁ ତାଙ୍କୁ ଧାରା ୯, ୩୯, ୪୪, ଏବଂ ୪୯ ‘ଖ’ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ର ଉଲଘଂନ କରୁଥିବାରୁ OR କେଶ No- ୧୫/୨୦୨୪ ର ବାଙ୍କୀ ବନାଞ୍ଚଳ ରେ ରେଜିଷ୍ଟ୍ରେଡ଼ କରାଯାଇ ମାନ୍ୟବର SDJM, ବଣେଇ ଙ୍କ ହେପାଜତକୁ ଦିଆଯିବାର ବ୍ୟବସ୍ଥା କରାଯାଉଛି l ଏହି ଧାରା ଦୋଷୀଙ୍କୁ ୩ ବର୍ଷ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି ଏବଂ ୧ଲକ୍ଷ ପର୍ଯ୍ୟନ୍ତ ଫାଇନ ର ବ୍ୟବସ୍ଥା ରହିଛି l
ଉପର ଲିଖିତ ଘର ଚଢ଼ାଉରେ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଲିମା, ବନାଞ୍ଚଳ ଅଧିକାରୀ, ପାନପୋଷ ବନାଞ୍ଚଳ ଶ୍ରୀମତୀ ସେତୁ ରଂଜନୀ ଗମାଙ୍ଗ, ବନାଞ୍ଚଳ ଅଧିକାରୀ, ବାଙ୍କୀ ବନାଞ୍ଚଳ ଶ୍ରୀମତୀ ରିତାଞ୍ଜଳୀ ଶତପଥୀ, ବନପାଳ STS ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ବନପାଳ ପାନପୋଷ, ଶ୍ରୀ ଅଲିଅଳ ବେହେରା, ବନରକ୍ଷୀ, ପାନପୋଷ, ଶ୍ରୀମତୀ ଯଶୋଦା ମହାନ୍ତ, ବନରକ୍ଷୀ, STS ଶ୍ରୀ ରାଜେଶ ଜ୍ୟୋତିଷୀ, ବନରକ୍ଷୀ, ରଜାମୁଣ୍ଡା, ଶ୍ରୀ ବିଶ୍ୱଜିତ ପଣ୍ଡା, ବନରକ୍ଷୀ, କେ. ବଲାଙ୍ଗ, ଶ୍ରୀ ସମୀର ପାତ୍ର, ବନରକ୍ଷୀ, ଶ୍ରୀ ପ୍ରବୀଣ ଆଚାର୍ଯ୍ୟ, ବନରକ୍ଷୀ ଏବଂ ସ୍କ୍ୱାଡ଼ ଗୋବିନ୍ଦ ମହାପାତ୍ର ଏବଂ ଉମେଶ ଚନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ I
ପରିଶେଷରେ ଏହି CASEକୁ ଆଗକୁ ନେବା ପାଇଁ ବିଶେଷ ଭାବରେ ଅନୁସନ୍ଧାନ ଜାରି ରହିଛି I
Sign in
Sign in
Recover your password.
A password will be e-mailed to you.