“ବିଜେପିର ଆତ୍ମବିଶ୍ୱାସ ଭାଙ୍ଗିଛି, ବାହାରୁ ମୁଖ୍ୟମନ୍ତ୍ରୀ ଆଣିଲେ ମଧ୍ୟ କାମ ଦେଉନି”

2

ଜଗତସିଂହପୁର,ତା-୨୪.୦୫.୨୦୨୪/ସୁମନ୍ତ କୁମାର ଦାସ: ବିଜେପି ଅନ୍ୟ ରାଜ୍ୟରୁ ଅଧା ଡର୍ଜନ ମୁଖ୍ୟମନ୍ତ୍ରୀ ଆଣି ନିର୍ବାଚନ ପାଇଁ ପ୍ରଚାର କାମରେ ଲଗାଇଛି । ସମସ୍ତେ ଲାଗି ପଡିଛନ୍ତି, ଏଥର ନବୀନ ପଟ୍ଟନାୟକଙ୍କୁ ଦୂରେଇ ଦେବେ । ମାତ୍ର ଆସନ୍ତା ୯ ତାରିଖରେ ହିଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ବିଜେପିର ଆତ୍ମ ବିଶ୍ବାସ ଭାଙ୍ଗିଛି I ବାହାରୁ ଆସିଥିବା ମୁଖ୍ୟମନ୍ତ୍ରୀମାନେ ବୁଲି ବୁଲି ଇଞ୍ଜେକସନ ଦେଉଛନ୍ତି l ହେଲେ ଏହା କିଛି କାମକରୁନି ବୋଲି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିୟାନ ଗୁରୁବାର ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଉଗାଁଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ବିଜେପିକୁ କଡା ସମାଲୋଚନା କରିବା ଅବସରରେ ପ୍ରକାଶ କରିଛନ୍ତି । ଶ୍ରୀ ପାଣ୍ଡିଆନ ଆହୁରି କହିଲେ ଯେ, ଶ୍ରୀ ମନ୍ଦିରରେ ଭଲ କାମ ହୋଇଛି । ଏହାକୁ ଦେଖି ବିଜେପି ସହି ପାରୁନି, ଇର୍ଷା କରୁଛି। ବିଜେପି ନେତାମାନେ ଅପପ୍ରଚାରରେ ଲାଗି ପଡିଛନ୍ତି । ସେମାନେ ଲୋକଙ୍କ ନିକଟରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି I ଜଗତସିଂହପୁର ର ପଡୋଶୀ ଜିଲ୍ଲାରେ ବହୁ କୁମ୍ଭୀର ଅଛନ୍ତି । ସେମାନେ ଯେପରି କାନ୍ଦନ୍ତି ବିଜେପି ନେତାମାନେ ସେହିପରି କାନ୍ଦୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡିଶାରେ ସୁବର୍ଣ୍ଣ ଯୁଗ ହେବ । ମୁଖ୍ୟମନ୍ତ୍ରୀ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ କରିବେ ବୋଲି ସେ କହିଥିଲେ l ଜଗତସିଂହପୁରରେ ମା’ ଶରଳାଙ୍କ ମନ୍ଦିର ରୂପାନ୍ତରଣ, ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ପୁଞ୍ଜି ନିବେଶ ସହିତ ୫-ଟି ସ୍କୁଲ, ମିଶନଶକ୍ତି, କାଳିଆ ଯୋଜନା, ଲକ୍ଷ୍ମୀ ଯୋଜନା ପ୍ରଭୁତି ବିଜେଡି ସରକାର କରିଛନ୍ତି I ନାଉଗାଁରେ ଥ‌ିବା ଜଳସେଚନ ସମସ୍ୟା ଓ ଡାକ୍ତରଖାନା ସମସ୍ୟାର ସମାଧାନ ହବ ବୋଲି କହିଥିଲେ ଜଗତସିଂହପୁର ପ୍ରାର୍ଥୀଙ୍କୁ ଏଥିପାଇଁ ବିଧାୟକ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ପ୍ରଥମ ଦିନରେ ନବୀନ ପଟ୍ଟନାୟକ ବିଜୁଳି ବିଲ ଛାଡ କରିବେ । ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସମସ୍ତେ ସାମିଲ ହେବେ ମିଶନଶକ୍ତି ମା’ ମାନଙ୍କୁ ୬୦ ବର୍ଷ ପରେ କହିଥିଲେ। ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି । ନବୀନଙ୍କୁ ଆଶିର୍ବାଦ କରିବାକୁ ଏବେ ସୁଯୋଗ ମିଳିଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ଵାଳ, ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ବକ୍ତବ୍ୟ ରଖି ଷଷ୍ଠଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପେନସନର ବ୍ୟବସ୍ଥା ହେବ ବୋଲି ଶ୍ରୀ ପାଣ୍ଡିଆନ ବିଜେଡିକୁ ଭୋଟ ଦେବାକୁ କହିଥିଲେ I

Leave A Reply

Your email address will not be published.