(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ମାହାଙ୍ଗା ବିଧାନସଭା କ୍ଷେତ୍ରର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ମୋଦୀ ସରକାରଙ୍କ ଶାସନରେ ରାଜ୍ୟରେ ୪ ଲେନ୍ ବିଶିଷ୍ଟ ରାଜ୍ୟ ରାଜପଥ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ , ଚଳିତ ନିର୍ବାଚନରେ ମୋଦିଙ୍କର ଗ୍ୟାରେଣ୍ଟି କଥା କହି ଏଥର ତୃତୀୟ ଥର ପାଇଁ ୪ ଶହରୁ ଉର୍ଦ୍ଧ୍ବ ସିଟ୍ ଦଖଲ କରି ମୋଦୀ ନିଶ୍ଚିନ୍ତ ଭାବେ ସରକାର ଗଢିବେ ବୋଲି ପ୍ରକାଶ କରିଥିଲେ । ଓଡ଼ିଶାରେ କିଭଳି ଡ଼ବଲ ଇଂଜିନ୍ ସରକାର କରାଯାଇପାରିବ ସେ ନେଇ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଏହାର ଅନ୍ତର୍ଗତ ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇ, ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ପାଟକୁରା ବିଧାୟକ ପ୍ରାର୍ଥୀ ତେଜସୀ ପରିଡ଼ା, ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ ବେହେରା ଙ୍କୁ ଡ଼ବଲ ପଦ୍ମ ଚିହ୍ନରେ ସୁଇଚ୍ ଟିପି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ l କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା ବେଳେ ବିଜେପି ନେତା ବିନୋଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post