ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଦଣ୍ଡନାଚ ନିର୍ଦ୍ଦେଶକ ତଥା କେଶରାପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ବିଷୋୟୀଙ୍କର ଆଜି ଅପରାହ୍ଣରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 97 ବର୍ଷ ବୟସ ହୋଇଥିଲା I ସେ କିଛିଦିନ ହେବ ବାର୍ଦ୍ଧକ୍ଯଜନିତ ବ୍ୟାଧିରେ ପୀଡ଼ିତ ଥିଲେ I ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ଅଭିମନ୍ୟୁ, ସୀମାଞ୍ଚଳ,ଅନ୍ତର୍ଯ୍ୟାମୀ, ବୋହୂ, ନାତିନାତୁଣିଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ୱର୍ଗତ ଘନଶ୍ୟାମ ଜଣେ ଉଚ୍ଚ କୋଟିର କଳାକାର ଏବଂ ଦକ୍ଷ ଦଣ୍ଡନାଚ ନିର୍ଦ୍ଦେଶକ ଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧି ଅର୍ଜନ କରିଥିଲେ I ଏହା ସହିତ ସେ ଜଣେ ଧର୍ମପରାୟଣ ଏବଂ ପରୋପକାରୀ ବ୍ୟକ୍ତିଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ I ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ଅବସରପ୍ରାପ୍ତ ଶିକ୍ଷକ ହରିବନ୍ଧୁ ସ୍ୱାଇଁ,ଭଞ୍ଜକିଶୋର ଗୌଡ, ବଂଶୀଧର ଗୌଡ଼, ବାଳକୃଷ୍ଣ ସାବତ,ଲଡ଼ୁ କିଶୋର ବିଷୋୟୀ,ଗୋପୀନାଥ ସ୍ୱାଇଁ, କାର୍ତ୍ତିକେଶ୍ୱର ସାହୁ, ଯୁଗଳ ପ୍ରଧାନ,ଗୋବିନ୍ଦ ଗୌଡ଼ଙ୍କ ସମେତ ଶତାଧିକ ବ୍ୟକ୍ତି ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ I
Sign in
Sign in
Recover your password.
A password will be e-mailed to you.