ଲାଞ୍ଜିଗଡ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଲାଞ୍ଜି ପଞ୍ଚାୟତର ତୁର୍କl ଗାଁର ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବର୍ଷ ବର୍ଷ ଧରି ବିକାଶ କରିବା ନାଁରେ ରାଜନେତା, ପ୍ରଶାସନ ଓ ସରକାର ଠକୁଥିବା ନେଇ ଏହି ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିଲେ। ମାର୍ଚ୍ଚ ୧୧ ତାରିଖରେ ଖବର ପ୍ରସାରଣ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଭୋଟ୍ ବର୍ଜନ ନକରିବା ପାଇଁ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଅତିଶୀଘ୍ର ଗାଁକୁ ପୂର୍ବରୁ ଟେଣ୍ଡର ହୋଇଥିବା ଆର ଡି ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଗ୍ରାମବାସୀ ଭୋଟ ଦେଇଥିଲେ। ବର୍ତ୍ତମାନ ଆର ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି l, ଲାଞ୍ଜି ପଞ୍ଚାଯତ ତୁର୍କl ଗାଁରେ ୩୦ଅଦିବାସୀ ପରିବାର ବସବାସ କରି ଆସୁଛନ୍ତି। ସବୁ ସରକାରୀ ଯୋଜନା ଏହି ଗାଁ ପାଇଁ ସାତ ସପନ ହୋଇ ରହିଥିବା ନେଇ ଖବର ପ୍ରକାଶ ପାଇଥିଲା ଏହାପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର କର୍ମଚାରୀ ଗାଁକୁ ଯିବା ଆରମ୍ଭ କରିଥିଲେ । ୨୦୨୨ ରୁ ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଦୁନ୍ ପ୍ରଶାସନ ମିଳିତ ଉଦ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହା ପରେ ଗାଁକୁ ପ୍ରଥମ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ନିମ୍ନ ମାନର କାମ ଯୋଗୁଁ ମାତ୍ର ୫ ମାସ ମଧ୍ୟରେ ବର୍ଷା ପାଣିରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଥିଲା । ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ବି ଆଉ ରାସ୍ତା ମରାମତି ହୋଇ ନଥିଲା । ଗତ ମାର୍ଚ୍ଚ ୧୫ ତାରିଖରେ ଗାଁକୁ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଗର୍ଭବତୀଙ୍କୁ ୮ କିମି ଦୂର ପାଦରେ ଚାଲିକି ଯିବାକୁ ପଡ଼ିଥିଲା ସେହିପରି ଏପ୍ରିଲ ୨୦ ତାରିଖରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ବୃଦ୍ଧା ଓ ଶିଶୁ କନ୍ୟାକୁ ୮ କିମି ଦୂର ଚାଲିକି ଯିବାକୁ ପଡିଥିଲା। ତେଣୁ ରାଜନେତା, ପ୍ରଶାସନ ଓ ସରକାର ଗାଁ ବିକାଶକୁ ନେଇ ଠକୁ ଥିବା ଅଭିଯୋଗ କରି ଏହି ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତି ନେଉଥିଲେ
Sign in
Sign in
Recover your password.
A password will be e-mailed to you.