(ମାହାଙ୍ଗା- ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି କୁଳିଆ ଠାରେ ଚାଲିଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ ଯୋଗଦାନ କରିଥିଲେ l କିନ୍ତୁ ଏହି କାର୍ଯ୍ୟକ୍ରମକୁ ମାହାଙ୍ଗା ବ୍ଳକ ଅଞ୍ଚଳର ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଡ଼କାନଯାଇ ଅଣଦେଖା କରାଯାଇଥିଲା l ଯେଉଁଥିରେ ବିଜେପି କର୍ମୀ ଅତିଷ୍ଟ ହୋଇ ମାହାଙ୍ଗା ବ୍ଳକ ଅଞ୍ଚଳର ୫୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତଥା ମାହାଙ୍ଗା ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବରେ ବିଜେପି ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି l ଫଳରେ ଆଗକୁ ନିର୍ବାଚନ ରହିଥିବାରୁ ଏହି ମିଶ୍ରଣ ପର୍ବ ଦ୍ୱାରା ବିଜେପିକୁ ଶକ୍ତ ଧକ୍କା ଲାଗିଥିବା ବହୁ ବରିଷ୍ଟ ରାଜନୀତିଜ୍ଞ ମତପ୍ରକାଶ କରିଛନ୍ତି l ସମସ୍ତ ବିଜେପି କର୍ମୀ ମାନଙ୍କୁ ବିଧାୟକ ଶ୍ରୀ ଜେନା ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ l ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀମାନେ ଆଗାମୀ ଦିନରେ ବିଜେଡ଼ିର ସଂଗଠନକୁ ମଝବୁତ୍ କରିବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post