ଖୋର୍ଦ୍ଧା,(ଯୋଗେଶ୍ୱର ପଣ୍ଡା): ଖୋର୍ଦ୍ଧାଗ୍ରସ୍ତରେ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ଖୋର୍ଦ୍ଧା ହାବେଳୀ ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ । ବିଭିନ୍ନ ଯୋଜନା ସମ୍ପର୍କରେ ପଚାରିବା ସହ ନବୀନ ଭଲ ତ ପଚାରିଥିଲେ । ଆଉ ଉତରରେ ବଡ ସ୍ୱରରେ ହଁ ଶୁଭୁଥିଲା । ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ଓଡିଶାରେ ଯେଉଁଭଳି ଭାବେ ବିକାଶ ଆଗେଇ ଚାଲିଛି ବିରୋଧି ବିରୋଧି ତାକୁ ଦେଖି ସହି ପାରୁନାହାନ୍ତି ବୋଲି କହିଥିଲେ । ଏ ବିକାଶକୁ ଆଗକୁ ଜାରୀ ରଖିବାକୁ ହେଲେ ସାଂସଦ ଓ ବିଧାୟକଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ସେହିପରି ବିଜେଡି ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ ଯୋଗଦେଇ ମଧ୍ୟବିତଙ୍କ ପାଇଁ ୫ଟି ବଡ଼ ନିଷ୍ପତି ନିଆଯାଇିଛି । ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଜେଡିର ଇସ୍ତାହାରରେ ମଧ୍ୟବିତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ସେ କହିଥିଲେ । ସହରାଂଚଳ ସହିତ ସମସ୍ତ ମଧ୍ୟବିତଙ୍କୁ ବିଏସକେୱାଇ ନବୀନ କାର୍ଡ ପ୍ରଦାନ କରାଯିବ । ଘର କିଣିବାକୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ ।ମଧ୍ୟବିତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଲୋନ ଉପରେ ବି ମିଳିବ ସୁଧ ରିହାତି,ଗମନାଗମନ ପାଇଁ ଲକ୍ଷ୍ମୀ ବସ ଓ ମୋ ବସ୍ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।
ସେହିପରି ସାଂସଦଙ୍କୁ କଡା ସମାଲୋଚକ କରି ଗତ ୫ ବର୍ଷରେ ଭୁବନେଶ୍ୱର ସାଂସଦ ଏହି ଅଂଚଳକୁ ବହୁତ ପଛକୁ ନେଇଯାଇଛନ୍ତି ବୋଲି କହିଥିଲେ । ସାଂସଦ ନିଜେ ଯେଉଁ କାମର ରିପୋର୍ଟକାର୍ଡ ଦେଇଛନ୍ତି ସେଥିରେ ସେମିତି କିଛି କାମ ନାହିଁ । ରିପୋର୍ଟ କାର୍ଡରେ ୫ ବର୍ଷରେ ଜାତୀୟ ରାଜପଥ ନିର୍ମାଣରେ ୧୪୪୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜାତୀୟ ରାଜପଥ କାମରେ ସାଂସଦଙ୍କ କଣ ଭୂମିକା ବୋଲି ପ୍ରଶ୍ନ କରିଥିଲେ । ସେ ୫ବର୍ଷ ଭିତରେ ଗୋଟିଏ ଫୂଟ ଓଭର ବ୍ରିଜ କରିଛନ୍ତି ମାତ୍ର ତାହା ଲୋକଙ୍କ କାମରେ ସେପରି ଆସୁ ନାହିଁ କେବଳ ସୋଲାର ଲାଇଟ ଓ ହାଇମାସ୍କ ଲାଇଟ ମନ୍ଦିର ମାନଙ୍କରେ ୱାଟର କୁଲର୍ ଦେଇଛନ୍ତି ବୋଲି ସାଂସଦ କହିଛନ୍ତି। ଏଇ ରିପୋର୍ଟ କାର୍ଡ ଆମର ସରପଂଚ ଭାଇମାନେ ଆହୁରି ଭଲ କାମ କରୁଛନ୍ତି ବୋଲି କହିଥିଲେ ।ଅପରାଜିତା ଚାହିଁଥିଲେ ଭୁବନେଶ୍ୱର ପାଇଁ ଅନେକ ଯୋଜନା ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲେ ବହୁ ବେକରାର ଯୁବକ ଯୁବତୀ ରୋଜଗାର ପାଇପାରିଥାନ୍ତେ ବୋଲି କହିଥିଲେ । ବାଙ୍ଗାଲୋର ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟର ଭାଜପା ସାସଂଦ ନିଜ ଅଂଚଳ ରେ ରିଂ ରୋଡ କରିପାରିଲେ । ଭୁବନେଶ୍ୱର ରିଂ ରୋଡ୍ ପାଇଁ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡି ନ ଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଅନେକ ଥର ଚିଠି ଲେଖିଛନ୍ତି । ଏ ସମ୍ପର୍କ ରେ ସଂସଦରେ ଦିନେ ବି ମୁଁହ ଖୋଲିନାହାନ୍ତି ଅପରାଜିତା ବୋଲି କହିଥିଲେ । ତେବେ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମାଗଣା ବିଜୁଳି, ମଧ୍ୟବିତ ଙ୍କୁ ବିଏସକେୱାଇ, ନୂଆ ଓ ଯୁବ ବର୍ଗ ଓ ନୂଆ ଛାତ୍ରବୃତି କୁ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ ।
ମଂଚ ଉପରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଖୋର୍ଦ୍ଧା ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ, ଜୟଦେବ ପ୍ରାର୍ଥୀ ନବକିଶୋର ମଲ୍ଲିକ ଓ ବେଗୁନିଆ ପ୍ରାର୍ଥୀ ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post