ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ

2

ରାୟଗଡ: ମାତୃ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଶକ୍ତି ଜରାଶ୍ରାମରେ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଛି l ଏହିଅବସରରେ ମୂଖ୍ୟ ଅତିଥି ଭାବେ ଶ୍ରୀ ପିତାମ୍ବର ବେହେରା (ମୂଖ୍ୟ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ଦୋରାଗୁଡା, ଟିକିରି), ସମ୍ମାନୀତ ଅତିଥିଭାବେ ସୁଶ୍ରୀ ସ୍ୱୟଂ ସମ୍ପୂର୍ଣ୍ଣା ନନ୍ଦ (ସହକାରୀ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ଦୋରାଗୁଡା, ଟିକିରି), ଅନ୍ୟତମ ସମ୍ମାନୀତ ଅତିଥିଭାବେ ଶ୍ରୀ ପ୍ରଦୀପ କୁମାର ଦାଶ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ, ରାୟଗଡା ଉପସ୍ଥିତ ରହି ଶକ୍ତି ଜରାଶ୍ରାମରେ ଥିବା ୨୨ଜଣ ମହିଳା ଅନ୍ତେବାସୀ ଓ ୬ ଜଣ ପୁରୁଷ ଅନ୍ତେବାସୀଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରିଥିଲେ l ଉତ୍କଳ ସାମ୍ବାଦିକ ସଙ୍ଘ, ରାୟଗଡର ଏହିଭଳି ମହାନ ସାମାଜିକ କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ଭୂୟାଶୀ ପ୍ରଶଂସା କରିଥିଲେ l ଏହିଭଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ନିମନ୍ତ୍ରିତ ଅତିଥି ମାନେ ପ୍ରକାଶ କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ଆଗାମୀ ଦିନରେ ଅନେକ ଜନହିତକର କାର୍ଯ୍ୟକ୍ରମ ମାନ କରିଯିବା ନେଇ ସୂଚନା ପ୍ରଦାନ କରିଥିଲେ l ଏହିଅବସରରେ ସଙ୍ଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ କ୍ରିଷ୍ଣାମୂର୍ତ୍ତି, ଶ୍ରୀ ହରି ନାରାୟଣ ଦାଶ ଓ ରୋହିତ ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.