ସରପଡା ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ : ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ବାନ l

2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନିର୍ବାଚନ ଆସିଲେ ବିରୋଧୀମାନେ ମିଥ୍ୟା କଥା କହି ଭୋଟ ହାତେଇବା ପାଇଁ ପଳେଆସନ୍ତି ହେଲେ ନିର୍ବାଚନ ସରିଲେ ସେମାନଙ୍କର ଦେଖା ମିଳିବା କଷ୍ଟ, ସେମାନଙ୍କ କଥାରେ ବିଶ୍ଵାସ ନକରି ପଞ୍ଚାୟତର ବିକାଶ ଓ ଉନ୍ନତି ପାଇଁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାମ କରିଆସିଛି ଏବଂ ଆଗକୁ ମଧ୍ୟ କରିବ ଆଉ ତାହାକୁ ସାକାର କରିବା ନିମନ୍ତେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ l ସେହିପରି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ସମିତିସଭ୍ୟା ସସ୍ମିତା ସାଇଁ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ମହାନ୍ତି,ସମାଜସେବୀ ରାୟଗୁରୁ ବିଜୟକିଶୋର ମିଶ୍ର, ତପନ କୁମାର ଦାଶ, ଜୀବନାନନ୍ଦ ଦାଶ, ଯୁବନେତା ପ୍ରମୋଦ ସାଇଁ ଙ୍କ ସମେତ ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ।

Leave A Reply

Your email address will not be published.